ଓଡିଶା

odisha

ETV Bharat / city

୪୪ଜଣ ଟିକସ ଆଦାୟ ଅଧିକାରୀଙ୍କ ପଦୋନ୍ନତି - ଟିକସ ଆଦାୟ ଅଧିକାରୀଙ୍କ ପଦୋନ୍ନତି ଖବର

ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ କାର୍ଯ୍ୟ କରୁଥିବା ୪୪ ଜଣ ଟିକସ ଆଦାୟ ଅଧିକାରୀଙ୍କ ପଦୋନ୍ନିତି । ଅଧିକ ପଢନ୍ତୁ

୪୪ଜଣ ଟିକସ ଆଦାୟ ଅଧିକାରୀଙ୍କ ପଦୋନ୍ନତି
୪୪ଜଣ ଟିକସ ଆଦାୟ ଅଧିକାରୀଙ୍କ ପଦୋନ୍ନତି

By

Published : May 11, 2022, 6:34 PM IST

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ କାର୍ଯ୍ୟ କରୁଛନ୍ତି ୪୪ ଜଣ ଟିକସ ଆଦାୟ ଅଧିକାରୀ । ଏମାନଙ୍କ କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏହି ୪୪ ଜଣ ଟିକସ ଆଦାୟ ଅଧିକାରୀଙ୍କୁ ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି ।

ଏଣିକି ସେମାନେ ରାଜସ୍ୱ ଅଧିକାରୀ ଭାବେ ବିଭିନ୍ନ ପୌରାଞ୍ଚଳରେ କାର୍ଯ୍ୟ କରିପାରିବେ । ପଦୋନ୍ନତି ସହିତ ଟିକସ ଆଦାୟ ଅଧିକାରୀ ବେତନ ହାରରେ ମଧ୍ୟ ସଂଶୋଧନ କରାଯାଇଛି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରଥମଥର ପାଇଁ ଏଭଳି ପଦୋନ୍ନତି ଦିଆଯାଇଛି । ଏହା ଦ୍ୱାରା ପୌରାଞ୍ଚଳରେ ରାଜସ୍ୱ ଆଦାୟ ବୃଦ୍ଧି ପାଇବ । ଏହା ସହିତ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ବଢିବ ବୋଲି କର୍ତ୍ତୃପକ୍ଷ ଆଶା ପ୍ରକଟ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details