ଭୁବନେଶ୍ବର: ଓଡ଼ିଶାର ପୁରାତନ ଲୋକପ୍ରିୟ ଚଳଚ୍ଚିତ୍ର ପତ୍ରିକା ‘ଚଳଚ୍ଚିତ୍ର ଜଗତ’ର 44ତମ ବାର୍ଷିକ ଉତ୍ସବ 2020 ରବିବାର ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ପୂର୍ବବର୍ଷ ଭଳି 2019ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ ହୋଇଥିବା 25ଜଣ କଳାକାରଙ୍କୁ ଏହି ଉତ୍ସବରେ ‘ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ-2019’ ପ୍ରଦାନ କରାଯିବା ସହ ଚିକିତ୍ସା, ଶିକ୍ଷା, ବିଜ୍ଞାନ, ସାହିତ୍ୟ, କୃଷି, ବୈଷୟିକ ଜ୍ଞାନ କୌଶଳ, କଳା ସ୍ଥାପତ୍ୟ ପ୍ରଭୃତି ବିଭିନ୍ନ ବର୍ଗରୁ ସମାଜର ପ୍ରତିଷ୍ଠିତ ପ୍ରତିଭାଧରଙ୍କୁ ସ୍ବତନ୍ତ୍ର ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି।
‘ଚଳଚ୍ଚିତ୍ର ଜଗତ’ ବାର୍ଷିକ ଉତ୍ସବ, ରାଇମୋହନଙ୍କ ଡାଇଲଗରେ କମ୍ପିଲା ରବୀନ୍ଦ୍ର ମଣ୍ଡପ ପ୍ରଥମ କରି ଚଳିତବର୍ଷ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଅକ୍ଷୟ ପରିଜା ପ୍ରଡ଼କସନ୍ସ ପକ୍ଷରୁ 10 ହଜାର ଅର୍ଥରାଶି ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ଜେନାଙ୍କୁ ପ୍ରଦାନ କରାଇଛି।
ଅକ୍ଷୟ ପରିଜା ପ୍ରଡ଼କସନ୍ସ ପ୍ରାୟୋଜିତ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ଉଲ୍ଲେଖନୀୟ ଅବଦାନ ନିମିତ୍ତ ବରିଷ୍ଠ ଚଳଚ୍ଚିତ୍ର ଶିକ୍ଷାବିତ୍ ସୁରେନ୍ଦ୍ର ସାହୁଙ୍କୁ 25 ହଜାର ଅର୍ଥରାଶି, ‘ଚଳଚ୍ଚିତ୍ର ଜଗତ’ ପକ୍ଷରୁ ପ୍ରଦତ୍ତ ନିତାଇ ପାଳିତ ପୁରସ୍କାର ଏବର୍ଷ ବରିଷ୍ଠ ପ୍ରେକ୍ଷାଳୟ ମାଲିକ ଭାରତ ଭଞ୍ଜଦେଓ, ଚଳଚ୍ଚିତ୍ର ଗବେଷକ, ଅଭିନେତା, ନିର୍ଦ୍ଦେଶକ ଓ ଲେଖକ ଭୀମ ସିଂଙ୍କ ନାମରେ ନାମିତ ପୁରସ୍କାର ଅଭିନେତା ମିହିର ଦାସ ଏବଂ ସଙ୍ଗୀତ ଜଗତର ଯଜସ୍ବୀ ବ୍ୟକ୍ତିତ୍ବ ଜେଇ କ୍ୟାସେଟ୍ କମ୍ପାନୀର ପ୍ରତିଷ୍ଠାତା ସତ୍ୟନାରାୟଣ ଅଗ୍ରୱାଲଙ୍କ ନାମରେ ନାମିତ ପୁରସ୍କାର କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର ପାଇଛନ୍ତି । ପୁରସ୍କାର ସ୍ବରୂପ ପ୍ରତ୍ୟେକଙ୍କୁ ମାନପତ୍ର, ବସ୍ତ୍ର ଓ ଟ୍ରଫି ସହ 10ହଜାର ଟଙ୍କା ପ୍ରଦାନ କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ , ‘ଚଳଚ୍ଚିତ୍ର ଜଗତ’ 1977 ମସିହାଠାରୁ ପ୍ରତିବର୍ଷ ନିଜ ଚେଷ୍ଟାରେ ଏହି ପ୍ରତିଭା ସମ୍ମାନ ସମାରୋହ ନିୟମିତ ପାଳନ କରି ଏକ ରେକର୍ଡ଼ ସୃଷ୍ଟି କରିଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ