ଓଡିଶା

odisha

ETV Bharat / city

ଦିନକରେ ରାଜ୍ୟରୁ 44 କୋରୋନା ଆକ୍ରାନ୍ତ ମୃତ - କୋରୋନା ମୃତ୍ୟୁ ସଂଖ୍ୟା ଓଡିଶା କୋରୋନା ଅପଡେଟ୍

ପୁଣି ଦିନକରେ ରାଜ୍ୟରୁ ଆଖି ବୁଜିଲେ 44 କୋରୋନା ଆକ୍ରାନ୍ତ । ନୂଆ ମୃତକଙ୍କୁ ମିଶାଇ ମୃତ୍ୟୁସଂଖ୍ୟା 3 ହଜାର 432 ପାର୍ । ଅଧିକ ପଢନ୍ତୁ...

ଦିନକରେ ରାଜ୍ୟରୁ 44 କୋରୋନା ଆକ୍ରାନ୍ତ ମୃତ
ଦିନକରେ ରାଜ୍ୟରୁ 44 କୋରୋନା ଆକ୍ରାନ୍ତ ମୃତ

By

Published : Jun 16, 2021, 12:14 PM IST

ଭୁବନେଶ୍ବର: ପୁଣି ରାଜ୍ୟରୁ ଦିନକରେ ଆଖି ବୁଜିଲେ 44 କୋରୋନା ଆକ୍ରାନ୍ତ । ସଂକ୍ରମଣରେ ସାମାନ୍ୟ ବ୍ରେକ ଲାଗିଥିଲେ ମଧ୍ୟ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗିପାରୁନି । ପୂର୍ବ ଟ୍ରେଣ୍ଡ ଅନୁଯାୟୀ ବଳବତ୍ତର ରହିଛି କୋରୋନା ଡେଥ୍ ନମ୍ବର । ନୂଆ ମୃତକଙ୍କୁ ମିଶାଇ ମୃତ୍ୟୁସଂଖ୍ୟା 3 ହଜାର 432 ରେ ପହଞ୍ଚିଛି ।

ମୃତକଙ୍କ ମଧ୍ୟରେ ବରଗଡରୁ 60 ଏବଂ 67 ବର୍ଷିୟ ପୁରୁଷ ଅଛନ୍ତି । ସେହିପରି ବୌଦ୍ଧରୁ 45 ବର୍ଷିୟ ପୁରୁଷ, ଭୁବନେଶ୍ବରରୁ 36, 68, 84 ବର୍ଷିୟ ପୁରୁଷ, 62 ବର୍ଷିୟ ମହିଳା, କଟକରୁ 40, 42, 50 ପୁରୁଷ, ଢେଙ୍କାନାଳରୁ 48 ବର୍ଷିୟ ପୁରୁଷ, ଗଜପତିରୁ 45 ବର୍ଷିୟ ପୁରୁ, ଗଞ୍ଜାମରୁ 43, 44, 61, 77 ବର୍ଷିୟ ପୁରୁଷ, ଜଗତିଂହପୁରରୁ 54, 60, 63 ବର୍ଷିୟ ପୁରୁଷ, ଝାରସୁଗୁଡାରୁ 45, 57 ବର୍ଷିୟ ପୁରୁଷ, 55 ବର୍ଷିୟ ମହିଳା, କଳାହାଣ୍ଡିରୁ 42, 54, 55 ବର୍ଷିୟ ପୁରୁଷ, 52 ବର୍ଷିୟ ମହିଳା, କନ୍ଧମାଳରୁ 48 ବର୍ଷିୟ ପୁରୁଷ, କେନ୍ଦୁଝରରୁ 56 ବର୍ଷିୟ ପୁରୁଷ, ଖୋର୍ଦ୍ଧାରୁ 55 ବର୍ଷିୟ ପୁରୁଷ, ମୟୂରଭଞ୍ଜରୁ 28, 45 ବର୍ଷିୟ ପୁରୁଷ, ନୁଆପଡାରୁ 83 ବର୍ଷିୟ ପୁରୁଷ, ପୁରୀରୁ 30, 44, 50, 79 ବର୍ଷିୟ ପୁରୁଷ, ରାୟଗଡାରୁ 36, 48, 55 ବର୍ଷିୟ ପୁରୁଷ, ସୁନ୍ଦରଗଡରୁ 35, 50, 53 ବର୍ଷିୟ ପୁରୁଷ ଏବଂ 57 ବର୍ଷିୟ ମହିଳା ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details