ଭୁବନେଶ୍ବର: ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ସୋମବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 430 କୋରୋନା ଆକ୍ରାନ୍ତ । ତେବେ ନୂଆ ସୁସ୍ଥଙ୍କୁ ମିଶାଇ 12 ଲକ୍ଷ 73 ହଜାର 734କୁ ବୃଦ୍ଧି ହୋଇଛି ।
Covid Recovery Report: ଆଜି ସୁସ୍ଥ ହେଲେ 430 ସଂକ୍ରମିତ
ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ସୋମବାର ରାଜ୍ୟରୁ ସୁସ୍ଥ ହେଲେ ଆଉ 430 କୋରୋନା ଆକ୍ରାନ୍ତ । ତେବେ ନୂଆ ସୁସ୍ଥଙ୍କୁ ମିଶାଇ 12 ଲକ୍ଷ 73 ହଜାର 734କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ
ସୁନ୍ଦରଗଡରୁ ସର୍ବାଧିକ ୮୯ କୋରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଥିବା ବେଳେ ଖୋର୍ଦ୍ଧାରୁ ୫୩ ଓ ଗଜପତିରୁ ୨୯ ଆରୋଗ୍ୟ ଲାଭ କରିଛନ୍ତି । କଟକରୁ ୨୭, ଯାଜପୁରରୁ ୨୬, ଅନୁଗୋଳରୁ ୨୨, ବରଗଡରୁ ୧୬, କେନ୍ଦ୍ରାପଡାରୁ ୧୫ ଓ ସମ୍ବଲପୁରରୁ ୧୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ବାଲେଶ୍ବରରୁ ୧୧, ବୌଦ୍ଧରୁ ୧୧, ମୟୂରଭଞ୍ଜରୁ ୧୧, ଦେଓଗଡରୁ ୧୦, ଢେଙ୍କାନାଳରୁ ୧୦ ଓ କୋରାପୁଟରୁ ୧୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଭଦ୍ରକରୁ ୯, ରାୟଗଡାରୁ ୯, ଜଗତସିଂହପୁରରୁ ୮, ଗଞ୍ଜାମରୁ ୭, ଝାରସୁଗୁଡାରୁ ୬ , ପୁରୀରୁ ୬ , ନୂଆପଡାରୁ ୪, କଳାହାଣ୍ତିରୁ ୩, ନବରଙ୍ଗପୁରରୁ ୩, ନୟାଗଡରୁ ୩, ବଲାଙ୍ଗୀରରୁ ୨, ମାଲକାନଗିରିରୁ ୨ ଓ କେନ୍ଦୁଝରରୁ ଜଣେ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୧୩ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ