ଭୁବନେଶ୍ୱର: ରାଜଧାନୀରେ ବଢୁଛି ସଂକ୍ରମଣ । ମଙ୍ଗଳବାର 427 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି। ଅନ୍ୟପଟେ ଭୁବନେଶ୍ୱରରେ 401 ଜଣ ଆରୋଗ୍ୟ ହୋଇଛନ୍ତି। ଭୁବନେଶ୍ୱରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 191 ଚିହ୍ନଟ କରାଯାଇଥିବା ବେଳେ ଲୋକାଲ ସଂକ୍ରମଣ 236 ରେ ପହଁଚିଛି।
ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ହୋମ କ୍ଵରେଣ୍ଟାଇନରେ 191 ଙ୍କ ମଧ୍ୟରୁ 9 ଜଣ ପ୍ରାଚୀ ବିହାର ପଳାଶୁଣି, 8 ଜଣ ସତ୍ୟ ବିହାର, 5 ଜଣ ବିଡିଏ କଲୋନୀ, 5 ଜଣ ହସ୍ପିଟାଲର କର୍ମଚାରୀ, 5 ଜଣ ଲକ୍ଷ୍ମୀ ସାଗର, 4 ଜଣ ଚକେଇସିଆଣି, 7 ଜଣ ସାଳିଆ ସାହି, 4 ଜଣ ଓଲଡ଼ ଟାଉନ, 3 ଜଣ ଜାଗମରା, 4 ଜଣ ବରମୁଣ୍ଡା ଆଦି ଅଂଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।