ଓଡିଶା

odisha

ETV Bharat / city

ରାଜ୍ୟରେ ବେକାବୁ କୋରୋନା, ଗୋଟିଏ ଦିନରେ 4237 ଆକ୍ରାନ୍ତ ଚିହ୍ନଟ - odisha corona case

ବୁଧବାର ରାଜ୍ୟରୁ 4237 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1,92,548ରେ ପହଞ୍ଚିଛି ।

ଗୋଟିଏ ଦିନରେ ସର୍ବାଧିକ 4237 ଆକ୍ରନ୍ତ ଚିହ୍ନଟ
ଗୋଟିଏ ଦିନରେ ସର୍ବାଧିକ 4237 ଆକ୍ରନ୍ତ ଚିହ୍ନଟ

By

Published : Sep 23, 2020, 11:28 AM IST

ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରୁଛି କୋରୋନା । ଦିନକୁ ଦିନ ସଂକ୍ରମଣଙ୍କ ସଂଖ୍ୟା ବଢି ବଢି ଚାଲିଛି । ଏହି କ୍ରମରେ ବୁଧବାର ରାଜ୍ୟରୁ 4237 ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1,92,548ରେ ପହଞ୍ଚିଛି ।

ଏପଟେ ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୁଧବାର ଚିହ୍ନଟ 4237 ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ୱାରେଣ୍ଟାଇନରୁ 2485 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1752 ଜଣ ସ୍ଥାନୀୟ ଆକ୍ରାନ୍ତ ଥିବା ଜଣାପଡିଛି ।

ବୁଧବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 647 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ 577, ଅନୁଗୋଳରେ 110, ବାଲେଶ୍ୱରରେ 161, ବରଗଡରେ 121, ଭଦ୍ରକରେ 136, ବଲାଙ୍ଗୀରରେ 67, ବୌଦ୍ଧରେ 43, ଦେଓଗଡରେ 22, ଢେଙ୍କାନାଳରେ 70, ଗଜପତିରେ 42, ଗଞ୍ଜାମରେ 71, ଜଗତସିଂହପୁରରେ 173, ଯାଜପୁରରେ 201, କଳାହାଣ୍ଡିରେ 57, କନ୍ଧମାଳରେ 55, କେନ୍ଦ୍ରାପଡାରେ 148, କେନ୍ଦୁଝରରେ 43, କୋରାପୁଟରେ 89, ମାଲକାନଗିରିରେ 44, ମୟୂରଭଞ୍ଜରେ 139, ନବରଙ୍ଗପୁରରେ 70, ନୟାଗଡରେ 50 , ନୂଆପଡାରେ 115, ପୁରୀରେ 319, ରାୟଗଡାରେ 51, ସମ୍ବଲପୁରରେ 111, ସୋନପୁରରେ 131, ସୁନ୍ଦରଗଡରେ 101 ଏବଂ ଷ୍ଟେଟ ପୁଲରେ 169 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମୋଟ ଆକ୍ରାନ୍ତ ମଧ୍ୟରୁ 1,53, 213 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 38, 546 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details