ଭୁବନେଶ୍ବର:ରାଜଧାନୀରେ ମୋଟ ଆକ୍ରାନ୍ତ 30 ହଜାର ସଂକ୍ରମଣ ପାର ହୋଇଛି । ଆଜି ରାଜଧାନୀରେ 42 ଜଣ ଚିହ୍ନଟ ହୋଇଥିବା ବେଳେ 56 ଜଣ ଆଜି ସୁସ୍ଥ ହୋଇଛନ୍ତି । ତେବେ ଭୁବନେଶ୍ବରରେ ଦୁଇ ଶହ ପାର ହେଲା ମୃତ୍ୟୁ ସଂଖ୍ୟା । ଭୁବନେଶ୍ୱରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 9 ଚିହ୍ନଟ କରାଯାଇଥିବା ବେଳେ ଲୋକାଲ 33 ରେ ପହଁଚିଛି । ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ଏପଟେ ରାଜଧାନୀରେ ମୋଟ ମୃତକଙ୍କ ସଂଖ୍ୟା 201 ଛୁଇଁଛି ।
ଏପଟେ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା 30 ହଜାର 372 ଜଣ ଚିହ୍ନଟ ହୋଇଛନ୍ତି । ହୋମ କ୍ଵାରେଣ୍ଟାଇନରେ 9 ଜଣଙ୍କ ମଧ୍ୟରେ 2 ଜଣ ଭୋଇନଗର, 2 ଜଣ ଗ୍ୟାରେଜ ଛକ, ୟୁନିଟ 6, ଖଣ୍ଡଗିରି, ଆଇଆରସି ଭିଲେଜ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି ।