ଓଡିଶା

odisha

By

Published : Mar 14, 2021, 7:32 PM IST

ETV Bharat / city

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ, ଓଡିଶାରୁ ସଂଗ୍ରହ ହେଲା 40 କୋଟିରୁ ଉର୍ଦ୍ଧ୍ବ ଅର୍ଥ

ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଓଡିଶାର 40 କୋଟିରୁ ଉର୍ଦ୍ଧ୍ବ ଅର୍ଥ ସଂଗ୍ରହ । ଅଧିକ ପଢନ୍ତୁ...

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ, ଓଡିଶାରୁ ସଂଗ୍ରହ ହେଲା 40 କୋଟିରୁ ଉର୍ଦ୍ଧ୍ବ
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ, ଓଡିଶାରୁ ସଂଗ୍ରହ ହେଲା 40 କୋଟିରୁ ଉର୍ଦ୍ଧ୍ବ

ଭୁବନେଶ୍ବର: ଦୀର୍ଘ ବର୍ଷର ଆଇନଗତ ସମସ୍ୟାର ସମାଧାନ ପରେ ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଛି । ଏଥିପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ ନାମକ ଟ୍ରଷ୍ଟ ଗଠନ କରାଯାଇଥିଲା । ସାଧୁସନ୍ଥଙ୍କ ପରାମର୍ଶ କ୍ରମେ ଏହି ଟ୍ରଷ୍ଟ ମାଧ୍ୟମରେ ସାରା ଦେଶରେ ରାମଭକ୍ତ ମାନଙ୍କ ଠାରୁ ଅର୍ଥ ସଂଗ୍ରହ କାର୍ଯ୍ୟ ପବିତ୍ର ମକର ସଂକ୍ରାନ୍ତି ଠୁ ଆରମ୍ଭ ହୋଇ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥିଲା । ଏହି ଅବସରରେ କେବଳ ଓଡିଶାରୁ 42 କୋଟି 3 ଲକ୍ଷ 7 ହଜାର 66 କୋଟିରୁ ଉର୍ଦ୍ଧ୍ବ ଅର୍ଥ ସଂଗ୍ରହ କରାଯାଇଥିବା ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ଓଡିଶା ପକ୍ଷରୁ କୁହାଯାଇଛି ।

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ, ଓଡିଶାରୁ ସଂଗ୍ରହ ହେଲା 40 କୋଟିରୁ ଉର୍ଦ୍ଧ୍ବ

ସେହିଭଳି ସାରାଦେଶରୁ 2100 କୋଟି ଟଙ୍କା ସଂଗ୍ରହ ହୋଇଥିବା ନେଇ ଏ ପର୍ଯ୍ୟନ୍ତ ହିସାବ ଆସିଥିବାବେଳେ ଏହା ଆଗକୁ ବୃଦ୍ଧି ପାଇ 2500 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଥିବା ଓଡିଶା ପ୍ରାନ୍ତ ସମ୍ପାଦକ ଗୋପାଳ ପ୍ରସାଦ ମହାପାତ୍ର ପ୍ରକାଶ କରିଛନ୍ତି । ଏହି ସମୟ ମଧ୍ୟରେ ଓଡ଼ିଶାରେ 58 ହଜାରରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା 43 ହଜାର 749 ଗ୍ରାମର 74 ଲକ୍ଷ 95 ହଜାର 799 ଟି ପରିବାର ସହ ସମ୍ପର୍କ ସ୍ଥାପନ କରିଥିବା ଜଣାପଡିଛି । ଏହି ନିଧି ସଂଗ୍ରହରେ ସବୁ ମତ ଓ ପନ୍ଥର ଲୋକମାନଙ୍କ ସମର୍ଥନ ଥିବା ସେ କହିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details