ଭୁବନେଶ୍ବର:ରାଜ୍ୟରେ ଧିର ଧିରେ ହ୍ରାସ ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ବର୍ତ୍ତମାନ ଦୈନିକ ଆସୁଛି 500ରୁ କମ ସଂକ୍ରମଣ ରିପୋର୍ଟ । ତେବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 407 ନୂଆ କୋରୋନା ପଜିଟିଭ ରିପୋର୍ଟ ହୋଇଛି । ଯେଉଁଥିରେ କ୍ବାରେଣ୍ଟାଇନ ସେଣ୍ଟରରୁ 236 ଜଣ ଚିହ୍ନଟ ହୋଇଥିବାବେଳେ, ସ୍ଥାନୀୟ ସଂକ୍ରମଣ 171 ରହିଛି।
ତେବେ ବୁଧବାର ରିପୋର୍ଟକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା 3 ଲକ୍ଷ 24 ହଜାର 796କୁ ବୃଦ୍ଧି ପାଇଛି। ସେଥିରୁ 3 ଲକ୍ଷ 19 ହଜାର 850 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ 3 ହଜାର 73 ଜଣ ଚିକିତ୍ସାଧୀନ ଅଛନ୍ତି ।