ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଦିନରେ 4061 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ କୋରୋନା ସୁସ୍ଥ ସଂଖ୍ୟା 112062ରେ ପହଞ୍ଚିଛି । ଅପରପକ୍ଷେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ରୋଗୀ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ 4061 ଜଣ - କୋରୋନାରୁ ସୁସ୍ଥ ହେଲେ 4061 ଜଣ
ରାଜ୍ୟରେ ଗୋଟିଏ ଦିନରେ 4061 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ କୋରୋନା ସୁସ୍ଥ ସଂଖ୍ୟା 112062ରେ ପହଞ୍ଚିଛି । ଅପରପକ୍ଷେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ସୁସ୍ଥ ସଂଖ୍ୟା ଏବେ ଏକ ଲକ୍ଷ ସୁସ୍ଥ ପାର ହୋଇଥିବା ବେଳେ ଶୁକ୍ରବାର 30ଟି ଜିଲ୍ଲାରୁ 4ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି । ତେବେ ଖୋର୍ଦ୍ଧାରେ ସର୍ବାଧିକ 744 ଜଣ ଆରୋଗ୍ୟ ହୋଇଥିବା ବେଳେ କଟକରେ 425, ସୁନ୍ଦରଗଡ଼ରେ 267, ବରଗଡରେ 244, ମୟୂରଭଞ୍ଜରେ 240, ବାଲେଶ୍ୱରରେ 187, ଯାଜପୁରରେ 185, କେନ୍ଦ୍ରାପଡାରେ 179, ଅନୁଗୁଳରେ 167, ପୁରୀରେ 132, ଗଞ୍ଜାମରେ 157, ଭଦ୍ରକରେ 130, ଜଗତସିଂହପୁରରେ 130, ଝାରସୁଗୁଡ଼ାରେ 130, କେନ୍ଦୁଝରରେ 78, ସମ୍ବଲପୁରରେ 77, କୋରାପୁଟରେ 74, ନୂଆପଡାରେ 74, ନବରଙ୍ଗପୁରରେ 59, ଡେଙ୍କାନାଳରେ 50, ନୟାଗଡରେ 48, ରାୟଗଡାରେ 45, କଳାହାଣ୍ଡିରେ 37, ବଲାଙ୍ଗୀରରେ 33, ସୋନପୁରରେ 33, କନ୍ଧମାଳରେ 32, ବୌଦ୍ଧରେ 31, ଦେଓଗଡରେ 26, ମାଲକାନଗିରିରେ 24 ଓ ଗଜପତିରେ 23 ଜଣ ସୁସ୍ଥ ହୋଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ