ଭୁବନେଶ୍ବର: ରାଜଧାନୀରେ ଲଜ୍ୟା । 4 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ତେବେ ଦୁଷ୍କର୍ମ କରିଥିବା ନାବାଳକକୁ ସୁଧାର ଗୃହକୁ ପଠାଇଛି ପୋଲିସ ।
ସୂଚନା ଅନୁଯାୟୀ, ସ୍ବାମୀ ପରିତ୍ୟକ୍ତ ଜଣେ ମହିଳା ତାର 4 ବର୍ଷର ଶିଶୁ କନ୍ୟାକୁ ଧରି ଭୁବନେଶ୍ଵରର ରୁହନ୍ତି। ମହିଳା ଜଣଙ୍କ ଦିନ ମଜୁରିଆ ଭାବରେ କାମ କରି ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି । ସବୁଦିନ ପରି ମଙ୍ଗଳବାର ମଧ୍ୟ ମହିଳା ଜଣଙ୍କ କାମକୁ ଯାଇଥିବା ବେଳେ ଘରର ମାଲିକଙ୍କ ପାଖରେ ନିଜ ଶିଶୁ କନ୍ୟାଟିକୁ ଛାଡୁ ଯାଇଥିଲେ।
ମାତ୍ର ମାଲିକର ନାବାଳକ ପୁଅ ଶିଶୁ କନ୍ୟାଟିକୁ ଚକେଲଟ ଦେଇ ଦୁଷ୍କର୍ମ କରିଥିଲା। ତେବେ ଝିଅଟି କାନ୍ଦିବା ଦ୍ଵାରା ପଡୋଶୀ ଆସି ତାକୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାପରେ ଘଟଣାକୁ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ପୀଡିତାଙ୍କ ମାଆ ।