ଓଡିଶା

odisha

ETV Bharat / city

ରାଜଧାନୀରେ ଖୋଲିବ 4 ଅସ୍ଥାୟୀ ଆରଟିଓ କ୍ୟାମ୍ପ - ଲର୍ଣ୍ଣିଂ ଲାଇସେନ୍ସ

ବର୍ତ୍ତମାନ ଲାଇସେନ୍ସ ପାଇଁ ବିଭିନ୍ନ ଆରଟିଓରେ ଭିଡ ଦେଖିବାକୁ ମିଳିଛି । ଭୁବନେଶ୍ବରରେ ମଧ୍ୟ ଆରଟିଓ ସାମ୍ନାରେ ଲମ୍ବା ଧାଡି ଦେଖାଯାଉଛି । ଯାହାକୁ ଦୃଷ୍ଟିରେ ରଖି ରାଜଧାନୀରେ 4ଟି ଅସ୍ଥାୟୀ କ୍ୟାମ୍ପ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 13, 2019, 7:26 PM IST

ଭୁବନେଶ୍ବର: ବର୍ତ୍ତମାନ ଲାଇସେନ୍ସ ପାଇଁ ବିଭିନ୍ନ ଆରଟିଓରେ ଭିଡ ଦେଖିବାକୁ ମିଳିଛି । ଭୁବନେଶ୍ବରରେ ମଧ୍ୟ ଆରଟିଓ ସାମ୍ନାରେ ଲମ୍ବା ଧାଡି ଦେଖାଯାଉଛି । ଯାହାକୁ ଦୃଷ୍ଟିରେ ରଖି ରାଜଧାନୀରେ 4ଟି ଅସ୍ଥାୟୀ କ୍ୟାମ୍ପ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସହିଦନଗର, ଚନ୍ଦ୍ରଶେଖରପୁର, ବିଏମସି ଅଫିସ ଓ ଶିରୀପୁରରେ ଏହି ଅସ୍ଥାୟୀ କ୍ୟାମ୍ପ ଖୋଲାଯିବ ବୋଲି ଜଣାପଡିଛି। ଅସ୍ଥାୟୀ କ୍ୟାମ୍ପରେ ଲର୍ଣ୍ଣିଂ ଲାଇସେନ୍ସ ଦିଆଯିବାର ବ୍ୟବସ୍ଥା ରହିବ । ଆଜି(ଶୁକ୍ରବାର) ପରିବହନ ସଚିବ, ପରିବହନ କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ହୋଇଥିବା ବୈଠକରେ ଏପରି ନିଷ୍ପତ୍ତି ହୋଇଛି ।

ଏଥିସହ ଖୋର୍ଦ୍ଧା ଟାଉନରେ ମଧ୍ୟ ଗୋଟିଏ ଅସ୍ଥାୟୀ କ୍ୟାମ୍ପ ଖୋଲିବ ବୋଲି ସୂଚନା ଦେଇଛନ୍ତି ପରିବହନ କମିଶନର ସଞ୍ଜୀବ ପଣ୍ଡା । ତେବେ ଅନ୍ୟ ଆରଟିଓ ମାନଙ୍କରେ ଏପରି ଭିଡ ହେଲେ ସେଠାରେ ମଧ୍ୟ ଏପରି ଅସ୍ଥାୟୀ କ୍ୟାମ୍ପ ଖୋଲିଯିବ ବୋଲି ସେ କହିଛନ୍ତି । ସେହିପରି ଆରଟିଓ ଛୁଟି ଦିନରେ ଖୋଲାରହିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details