ବ୍ରହ୍ମପୁର ବସ ଟ୍ରାଜେଡି: 4 ନିଲମ୍ବିତ - 11kv current tragedy
13:43 February 10
ଭୁବନେଶ୍ବର: ଶକ୍ତି ବିଭାଗର ସାଉଥକୋ ର ଜେଇ ଦେବାଶିଷ ନାୟକ ଓ ଏସଡିଓ ବିଶ୍ଵରଞ୍ଜନ ମହାପାତ୍ରଙ୍କୁ ନିଲମ୍ବନ କରାଯାଇଛି। ଏମାନେ ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନ-୩ ରେ କାର୍ଯ୍ୟରତ ଥିଲେ ।ଏମାନଙ୍କ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବାରୁ ଏମାନଙ୍କୁ ନିଲମ୍ବନ କରାଯାଇଛି ।
ଏହା ଆରଡି ବିଭାଗ ଜେଇ ଓ ଏସଡିଓ ବ୍ରହ୍ମପୁର ମଧ୍ୟ ନିଲମ୍ବିତ କରାଯାଇଛି । ଆଗାମୀ ଦିନରେ ଏଭଳି ଯେପରି ଦୁର୍ଘଟଣା ଘଟିବନାହିଁ ସେନେଇ ନିଷ୍ପତ୍ତି ହୋଇଛି । ଏହାସହ ଜେଇମାନେ ଏକ ରିପୋର୍ଟ ଦେବେ । ଯେଉଁଠି ୧୧କେଭି ଲାଇନର ଉଚ୍ଚତା କମ ଥିବା ସେହି ରାସ୍ତା ଉପରେ ଏହାକୁ ଚିହ୍ନଟ କରାଯିବ ।
ଏହାସହ ଇଲେକ୍ଟ୍ରିକାଲ ସେଫଟି ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ଶୋକପ୍ରକାଶ କରିବା ସହ ୨ଲକ୍ଷ ଅନୁକମ୍ପା ଘୋଷଣା ହୋଇଛି । ଏନେଇ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଯେଉଁଥିରେ RD, ବିଭାଗ ,ଟ୍ରାନ୍ସପୋର୍ଟ ବିଭାଗ, ଓପିଟିସିଏଲ ଚେୟାରମ୍ୟାନ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ