ଭୁବନେଶ୍ବର: ରାଜ୍ୟରେ ଆହୁରି ଚାରୋଟି ଜିଲ୍ଲାରେ ପ୍ଲାନେଟୋରିୟମ ଖୋଲିବା ନେଇ ପ୍ରସ୍ତାବ ରହିଛି ବୋଲି କହିଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା । ବିଧାନସଭାର ପ୍ରଶ୍ନକାଳରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ରାଜ୍ୟରେ ପ୍ରତିଷ୍ଠା ଆଉ 4ଟି ପ୍ଲାନେଟୋରିୟମ - କେନ୍ଦୁଝର
ରାଜ୍ୟର ଆଉ 4ଟି ସ୍ଥାନରେ ପ୍ଲାନେଟୋରିୟମ ଖୋଲାଯିବ ବୋଲି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା ଜଣାଇଛନ୍ତି ।
ଫାଇଲ ଫଟୋ
ରାଜ୍ୟର ଗୋପାଳପୁର, ରାୟଗଡ଼ା, କେନ୍ଦୁଝର ଓ ବାରିପଦାରେ ନୂଆ ପ୍ଲାନେଟୋରିୟମ ସ୍ଥାପନ କରାଯିବ। ଏନେଇ 30 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଗୋପାଳପୁର ପ୍ଲାନେଟୋରିୟମ ପାଇଁ 9 କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଅନ୍ୟ 3ଟି ପ୍ଲାନେଟୋରିୟମରେ 7 କୋଟି ଲେଖାଏଁ ଖର୍ଚ୍ଚ କରାଯିବ ବୋଲି ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ପ୍ରକାଶ କରିଛନ୍ତି।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ