ଭୁବନେଶ୍ବର:ରାଜ୍ୟରେ ପୁଣି ମୁଣ୍ଡ ନେଲା କୋରୋନା । ଗୁରୁବାର 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି 4 ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା 56କୁ ବୃଦ୍ଧି ପାଇଛି । ସମସ୍ତ ମୃତକ ଗଞ୍ଜାମର ହୋଇଥିବା ସୂଚନା ରହିଛି ।
ସମସ୍ତ ଆକ୍ରାନ୍ତ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ବୟସ 41, 58, 48 ଓ 32 ବର୍ଷ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।