ଓଡିଶା

odisha

ETV Bharat / city

କନ୍ଧମାଳରେ ଏନକାଉଣ୍ଟର, 4 କ୍ୟାଡର ମାଓବାଦୀ ନିହତ - କନ୍ଧମାଳ ପୋଲିସକୁ ବଡ ସଫଳତା

କନ୍ଧମାଳ ପୋଲିସକୁ ବଡ ସଫଳତା । ଗୁଇନ୍ଦା ବିଭାଗର ସୂଚନା ପରେ ମାଓବାଦୀଙ୍କ କ୍ୟାମ୍ପରେ ଚଢାଉ କରାଯାଇଥିଲା । ଏଥିରେ 4 କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି । ଅଧିକ ପଢନ୍ତୁ...

କନ୍ଧମାଳରେ ଏନକାଉଣ୍ଟର, 4 କ୍ୟାଡର ମାଏବାଦୀ ନିହତ
କନ୍ଧମାଳରେ ଏନକାଉଣ୍ଟର, 4 କ୍ୟାଡର ମାଏବାଦୀ ନିହତ

By

Published : Jul 5, 2020, 10:11 AM IST

Updated : Jul 5, 2020, 9:12 PM IST

ଭୁବନେଶ୍ବର/ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧର ଶିର୍ଲା ଜଙ୍ଗଲ ନିକଟରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏନକାଉଣ୍ଟରରେ 4ଜଣ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି । ମୃତ 4 ମାଓବାଦୀ ବଂଶଧାରା-ଘୁମୁସର-ନାଗାବଳୀ (ବିଜିଏନ୍) ଗ୍ରୁପ ସଦସ୍ୟ ବୋଲି ଜଣାପଡିଛି । ଉଭୟଙ୍କ ମଧ୍ୟରେ ଏବେ ବି ଛକାପଞ୍ଝ ଲାଗି ରହିଛି । ସେପଟେ ଘଟଣା ସ୍ଥଳରେ ପୋଲିସ ଡିଜି ପହଞ୍ଚି ସ୍ଥିତି ସମୀକ୍ଷା କରୁଛନ୍ତି । ଏହି ଏନକାଉଣ୍ଟରରେ ବଡ ମାଓ ନେତାର ମୃତ୍ୟୁ ହୋଇଥିବା ଜଣାପଡିଛି।

କନ୍ଧମାଳରେ ଏନକାଉଣ୍ଟର, 4 କ୍ୟାଡର ମାଓବାଦୀ ନିହତ

ମାଓବାଦୀମାନେ ଏକ ବଡ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିଲେ । ଗୁଇନ୍ଦା ବିଭାଗ ସୂଚନା ପାଇ ଆଜି ସକାଳ 7ଟା ସମୟରେ ଏହି ଅପରେସନ ହୋଇଥିଲା । ପୋଲିସ ଡିଭିଏଫ(ଡିଷ୍ଟ୍ରିକ୍ଟ ଭଲ୍ୟିଣ୍ଟାରୀ ଫୋର୍ସ ) ଓ ଏସଓଜି ମାଓବାଦୀଙ୍କ କ୍ୟାମ୍ପରେ ଚଢାଉ କରିଥିଲେ । ଏହି ସମୟରେ ମାଓବାଦୀଙ୍କ ସହିତ ଗୁଳିବିନିମୟ ଘଟିଥିଲା । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ମାଓବାଦୀଙ୍କଠାରୁ ଟ୍ରକ ଭର୍ତି ମାଓ ସମାଗ୍ରୀ ଜବତ ହୋଇଛି । ଏଥିମଧ୍ୟରେ ଲିଫଲେଟ୍, ମାଓ ପ୍ରଚାର ସମାଗ୍ରୀ ପ୍ରଭୃତି ରହିଛି। ଦୁଇଟି ଇନସାସ ଓ ଦୁଇଟି ଏସଏଲଆର ସମେତ ବିପୁଳ ଗୁଳିଗୋଳା ଥିବା ମଧ୍ୟ ଦେଖିବାକୁ ମିଳିଛି । ଘଟଣା ସ୍ଥଳକୁ ଅଧିକ ପୋଲିସ ଫୋର୍ସ ପଠାଯାଇଛି ।

ବର୍ତ୍ତମାନ ଏହି ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ମୃତ ମାଓବାଦୀଙ୍କ ନାଁରେ ସରକାରଙ୍କ ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ତେବେ ଘଟଣାକୁ ନେଇ ଡିଜିପି ଏକ ସମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେବେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁଙ୍କ ସହ କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Jul 5, 2020, 9:12 PM IST

ABOUT THE AUTHOR

...view details