ଓଡିଶା

odisha

By

Published : Aug 9, 2021, 4:26 PM IST

ETV Bharat / city

10 ଦିନରେ ଲୁଟିଥିଲେ 20 ମୋବାଇଲ, 5 ସୁନା ଚେନ ଓ 4 ବାଇକ୍

ଅନଲକ ଖୋଲୁ ଖୋଲୁ ସିରିଜ ଲୁଟ କରୁଥିଲେ ଦୁର୍ବୃତ୍ତ । ୮ ରୁ ୧୦ଦିନ ଭିତରେ ରାଜଧାନୀର ବିଭିନ୍ନ ସ୍ଥାନରୁ ଚୋରି, ଛିନତାଇ, ଲୁଟ କରି ମାରୁଥିଲେ ଚମ୍ପଟ। ଅଧିକ ପଢନ୍ତୁ...

୧୦ ଦିନରେ ୨୦ ମୋବାଇଲ ୫ ସୁନାଚେନ ଲୁଟ, ଚୋରା ବାଇକ ସହ ୪ ଜଣିଆ ଗ୍ୟାଙ୍ଗ ଗିରଫ
୧୦ ଦିନରେ ୨୦ ମୋବାଇଲ ୫ ସୁନାଚେନ ଲୁଟ, ଚୋରା ବାଇକ ସହ ୪ ଜଣିଆ ଗ୍ୟାଙ୍ଗ ଗିରଫ

ଭୁବନେଶ୍ବର: ଅନଲକ ଖୋଲୁ ଖୋଲୁ ସିରିଜ ଲୁଟ କରିଥିଲେ ଦୁର୍ବୁତ୍ତ। ୮ରୁ ୧୦ଦିନ ଭିତରେ ରାଜଧାନୀର ବିଭିନ୍ନ ସ୍ଥାନରୁ ଚୋରି, ଛିନତାଇ, ଲୁଟ କରି ମାରୁଥିଲେ ଚମ୍ପଟ। ଲିଙ୍ଗରାଜ, ଭରତପୁର, ଖଣ୍ଡଗିରି ଆଦି ଥାନା ଅଞ୍ଚଳରୁ ନିତିଦିନ ଆସୁଥିଲା ଚୋରି, ଛିନତାଇ ରିପୋର୍ଟ। କେତେବେଳେ ଘରୁ ବାଇକ ଚୋରି ତ କେତେବେଳେ ଏକୁଟିଆ ମହିଳା ଦେଖି ସୁନା ଚେନ ଝାମ୍ପିବା ବା ମୋବାଇଲ ଛଡାଇବା। ନିତିଦିନ ପୋଲିସ ପାଖରେ ଅଭିଯୋଗ ପହଞ୍ଚିବା ପରେ ପୋଲିସ କରିଥିଲା ଟ୍ରାପ।

୧୦ ଦିନରେ ୨୦ ମୋବାଇଲ ୫ ସୁନାଚେନ ଲୁଟ, ଚୋରା ବାଇକ ସହ ୪ ଜଣିଆ ଗ୍ୟାଙ୍ଗ ଗିରଫ

ଶେଷରେ ଜେଲ ଫେରନ୍ତା ରାଜନ ଓ କାଳିଆ ଗ୍ୟାଙ୍ଗକୁ କାବୁ କରିଥିଲା ପୋଲିସ। ୨୦ ମୋବାଇଲ ଫୋନ ସହ ୫ଟି ସୁନା ଚେନ, ପାଖାପାଖି ୩ ଲକ୍ଷ ଟଙ୍କା ଜବତ କରାଯାଇଛି। ସେହିପରି ୪ଟି ଚୋରା ବାଇକ ଜବତ କରିଛି ପୋଲିସ। ଜାଣା ପଡିଛି ଏମାନେ ୪୦ଟି କେସରେ ସମ୍ପୃକ୍ତ ଅଛନ୍ତି । କେବଳ ଭୁବନେଶ୍ୱର ନୁହେଁ ଭୁବନେଶ୍ଵର ବାହାରେ ରହିଛି ଏମାନଙ୍କ ଅପରାଧର ଲମ୍ବା ତାଲିକା। ନାବାଳକ ବୟସରୁ ଚୋରି ଆରମ୍ଭ କରିଥିଲେ ଗ୍ୟାଙ୍ଗ। ଜେଲରେ ତିଆରି କରୁଥିଲେ ନୂଆ ଢଙ୍ଗରେ ଲୁଟର ଫଣ୍ଡା। ରାଜଧାନୀର ବିଭିନ୍ନ ବସ୍ତିରେ ରହି ଚଲାଉଥିଲେ ଲୁଟପାଟ ଗ୍ୟାଙ୍ଗର ବ୍ଲୁ ପ୍ରିଣ୍ଟ।

ଏଭଳି ଗ୍ୟାଙ୍ଗକୁ ଧରି କୁଖ୍ୟାତ ଲୁଟେରା ଗ୍ୟାଙ୍ଗର ଚିଠା ଖୋଲିଛି କମିସନରେଟ ପୋଲିସ। ରାଜଧାନୀରେ ଲୋକଙ୍କ ନିଦ ହଜାଇଥିବା ଗ୍ୟାଙ୍ଗକୁ କାବୁ ପରେ ନୂଆ ଗ୍ୟାଙ୍ଗର ସୁରାକ ପାଇଥିଲା ପୋଲିସ। ସେହିପରି ହାଇଓ୍ବେରୁ ଲୁଟପାଟ କରୁଥିବା ଆଉ ଏକ ଦୁଇଜଣିଆ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ପୋଲିସ। ସେମାନଙ୍କ ଠାରୁ ଗୋଟିଏ କାର ସହ ଏକେ-୪୭ରେ ଲାଗୁଥିବା ରାମପୁରି ଛୁରୀ ସହ ମୋବାଇଲ ଫୋନ ଜବତ କରିଛି ପୋଲିସ। ଯିଏ କି ହାଇଓ୍ବେରେ ଟ୍ରକକୁ ଅଟକାଇ ସେମାନଙ୍କଠୁ ଲୁଟପାଟ କରୁଥିଲେ। ତେବେ ଏହି ଲୁଟର ଟ୍ରେଣ୍ଡ ଦେଖିଲେ ରାଜଧାନୀର ଗଳି କନ୍ଦିରେ ଏବେ ଏପରି ଲୁଟପାଟ ହେଉଥିବା ବେଳେ ପୋଲିସ କିନ୍ତୁ, ଦୁଇ ଚାରୋଟି ଗ୍ୟାଙ୍ଗକୁ ଧରି ମାଇଲେଜ ନେବାକୁ ବସିଛି। କିନ୍ତୁ, ଲୁଟର ଶିକାର ହେଉଥିବା ମହିଳା ହେଉ ବା ସାଧାରଣ ଲୋକଟିଏ ଲୁଟର ଶିକାର ପରେ ‘କେବଳ ସହରରେ ବିଗୁଡୁଥିବା ଅପରାଧ ଦୋଷ ନୁହେଁ’ ବରଂ ଦାୟିତ୍ବରେ ଥିବା ଅଫିସରଙ୍କୁ ମନେ ମନେ ଗାଳି ଦେଉଛନ୍ତି। କାରଣ କାହା ପାଇଁ ଲୁଟ ହୋଇଥିବା ଜିନିଷ କେତେ ଗୁରୁତ୍ଵ ରଖେ ତାହା ଲୁଟର ଶିକାର ମହିଳାଙ୍କ ପାଇଁ ଏହା କେବଳ ହିଁ ବୟାନ କରିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details