ଭୁବନେଶ୍ବର:ନୂଆ ବର୍ଷ ପୂର୍ବରୁ ପୁଣି ୪ ଜଣ ବରିଷ୍ଠ ଆଇପିଏସ (Indian Police Service) ଙ୍କୁ ପଦୋନ୍ନତି ଦେଇ ନୂଆ ବର୍ଷ ଭେଟି ଦେଲେ ରାଜ୍ୟ ସରକାର । ଗତକାଲି ପରେ ଆଜି ପୁଣି ୧୯୯୭ ବ୍ୟାଚର ୪ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି ସରକାର ।
ପଦୋନ୍ନତି ପାଇଥିବା ବରିଷ୍ଠ ଆଇପିଏସ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ଜେଲ ଆଇଜି ଦୀପ୍ତେଶ କୁମାର ପଟ୍ଟନାୟକ । ସେ ଆଇଜି ପାହ୍ୟାରୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (Additional DGP ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଦୀପ୍ତେଶ ବର୍ତ୍ତମାନ ଜେଲ ଆଇଜି (Prison Inspector General of Police ) ଓ ଓଡିଶା ରାଜ୍ୟ ସଡକ ପରିବହନ ନିଗମର ଅତିରିକ୍ତ ସିଏମଡି ଭାବେ କାର୍ଯ୍ୟ କରୁଛନ୍ତି ।
ସେହିପରି ଆଇପିଏସ ଅସିତ ପାଣିଗ୍ରାହୀଙ୍କୁ ମଧ୍ୟ ଆଇଜି ପାହ୍ୟାରୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (Additional DGP) ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ସରକାର । ଅସିତ ବର୍ତ୍ତମାନ ଭିଜିଲାନ୍ସର ଆଇଜି ଭାବେ କାର୍ଯ୍ୟ କରୁଛନ୍ତି ।