ଭୁବନେଶ୍ବର: ଓଡିଶା ପୋଲିସର କ୍ରାଇମବ୍ରାଞ୍ଚକୁ ବଡ ସଫଳତା । ଏସଟିଏଫ ହାତରେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ। ରସୁଲଗଡ ଛକରୁ ଜବତ ହୋଇଛି ସାଢେ ୪ କୋଟି ଟଙ୍କାର ବ୍ରାଉନସୁଗାର । ୪କେଜି ୪୮୬ ଗ୍ରାମ ବ୍ରାଉନସୁଗାର ବୋଲେର ଯୋଗେ ଯାଉଥିବା ବେଳେ ଜବତ କରିଛି ଏସଟିଏଫ ଟିମ।
ତେବେ ଚାଲାଣ କରୁଥିବା ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ମାଷ୍ଟରମାଇଣ୍ଡର ସୁରାକ ଲାଗିଛି ଏସଟିଏଫ ହାତରେ। ତିନି ଅଭିଯୁକ୍ତ ହେଲେ ବାଲେଶ୍ବର ନିଳଗିରିର ଦେବାଶିଷ ବେହେରା, ବାଲେଶ୍ବର ଟାଉନର ଏସ କେ କଉସର ଅଲି ଓ ପ୍ରବୀର କୁମାର ସିଂ।