ଓଡିଶା

odisha

By

Published : Dec 18, 2020, 12:25 PM IST

ETV Bharat / city

ରାଜ୍ୟରେ ଖସୁଛି କୋରୋନା ମୃତ୍ୟୁ ସଂଖ୍ୟା, ଦିନକରେ 4 ମୃତ

ଗୋଟିଏ ଦିନରେ ରାଜ୍ୟରେ 4 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 1829ରେ ପହଞ୍ଚିଛି ।

ରାଜ୍ୟରେ କମୁଛି କରୋନା ମୃତ୍ୟୁ ସଂଖ୍ୟା
ରାଜ୍ୟରେ କମୁଛି କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନା ମାମଲା ହ୍ରାସ ପାଉଥିବା ଗୋଟିଏ ଦିନରେ 4 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 1829ରେ ପହଞ୍ଚିଛି ।

4 ଜଣ ମୃତକଙ୍କ ମଧ୍ୟରେ ଭୁବନେଶ୍ୱରର 63 ବର୍ଷର ବୃଦ୍ଧ, ଜଗତସିଂହପୁରର 71 ବର୍ଷର ବୃଦ୍ଧ, କେନ୍ଦ୍ରାପଡାର 61 ବର୍ଷର ବୃଦ୍ଧ ଏବଂ ପୁରୀର ଜଣେ 60 ବର୍ଷର ବୃଦ୍ଧ ରହିଛନ୍ତି ।

ପ୍ରକାଶ ଥାଉକି, ଗତ 24 ଘଣ୍ଟାରେ ରାଜ୍ୟରେ 358 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 25 ହଜାର 505କୁ ବୃଦ୍ଧି ପାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details