ଓଡିଶା

odisha

ETV Bharat / city

ଦିନକରେ 4 ଜୀବନ ନେଲା କୋରୋନା

ରାଜ୍ୟରେ କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ୍। ଆଜି ଗୋଟିଏ ଦିନରେ 4 ଜଣଙ୍କ ମୁଣ୍ଡ ନେଇଛି କିଲର ଭାଇରସ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅଧିକ ଖବର ପଢନ୍ତୁ...

କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ୍, ଦିନକରେ ଗଲା  4 ଜୀବନ
କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ୍, ଦିନକରେ ଗଲା 4 ଜୀବନ

By

Published : Dec 27, 2020, 12:36 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ଆଜି ଗୋଟିଏ ଦିନରେ 4 ଜଣଙ୍କ ମୁଣ୍ଡ ନେଇଛି କିଲର ଭାଇରସ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ତେବେ ମୃତକ ମାନେ ଭୁବନେଶ୍ବର, କଳାହାଣ୍ଡି, ନୂଆପଡା ଓ ସୁନ୍ଦରଗଡ ଜିଲ୍ଲାର ରହିଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ 35, 45,65 ଓ 70 ରହିଛି । ଏହି ସମସ୍ତଙ୍କ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହାସହ 2 ଜଣ ଉଚ୍ଚ ରକ୍ତଚାପରେ ପୀଡିତ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖବର ରହିଛି।

ସେପଟେ ସୂଚନା ଥାଉକି, ଦିନକରେ ରାଜ୍ୟରୁ ପୁଣି 303 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 172 ଜଣ କ୍ବାରେଣ୍ଟାନରୁ ଚିହ୍ନଟ ହୋଇଥିବାବେଳେ 131 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଆଜି କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ମୋଟ ସଂକ୍ରମିତ ସଂଖ୍ୟା 328504ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details