ଓଡିଶା

odisha

ETV Bharat / city

ତୃତୀୟ ପର୍ଯ୍ୟାୟ ମତଦାନ: ୧୦ଟି ଜିଲ୍ଲାରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ହେବ ମତଦାନ - tuesday

ତୃତୀୟ ପର୍ଯ୍ୟାୟ ମତଦାନରେ ୧୦ ହଜାର ୪୬୪ଟି ମତଦାନ କେନ୍ଦ୍ରରେ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ଏଥିରେ ୪୭ ଲକ୍ଷ ୯୯ ହଜାର ୩୦ ପୁରୁଷ ମତଦାତା ଥିବା ବେଳେ ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଓ ୧୧୬୩ ଜଣ କିନ୍ନର ମତଦାତା ଅଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Apr 23, 2019, 2:06 AM IST

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ମତଦାନରେ ରାଜ୍ୟରେ ୬ଟି ଲୋକସଭା ସମେତ ୪୨ଟି ବିଧାନସଭାରେ ଆସନ୍ତାକାଲି(ମଙ୍ଗଳବାର) ହେବ ମତଦାନ । ସକାଳ ୬ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ । ୧୦ଟି ଜିଲ୍ଲା ସମ୍ବଲପୁର, ଦେଓଗଡ, ଅନୁଗୋଳ, ଢେଙ୍କାନାଳ, ପୁରୀ, ନୟାଗଡ଼, ଖୋର୍ଦ୍ଧା, ମୟୂରଭଞ୍ଜ ଓ କେନ୍ଦୁଝରରେ ମତଦାନ ହେବାର ଅଛି ।


୧୦ ହଜାର ୪୬୪ଟି ମତଦାନ କେନ୍ଦ୍ରରେ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ଏଥିରେ ୪୭ ଲକ୍ଷ ୯୯ ହଜାର ୩୦ ପୁରୁଷ ମତଦାତା ଥିବା ବେଳେ ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଓ ୧୧୬୩ ଜଣ କିନ୍ନର ମତଦାତା ଅଛନ୍ତି ।

ତୃତୀୟ ପର୍ଯ୍ୟାୟର ମତଦାନ ପାଇଁ ୫୯ ହଜାର ୫୦୦ ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି । ୩୯୫ ଜୋନାଲ ମାଜିଷ୍ଟ୍ରେଟ ନିୟୋଜିତ ହୋଇଛନ୍ତି । ମହିଳାଙ୍କ ଦ୍ଵାରା ୩୮ଟି ପୋଲିଂ ଷ୍ଟେସନ ପରିଚାଳନା କରାଯିବ । ୩୧୮୬ଟି ସମ୍ବେଦନଶୀଳ ପୋଲିଂ ଷ୍ଟେସନ ରହିଛି । ୬୦୦ ବୁଥରେ ସିଏପିଏଫ ନିୟୋଜିତ ହୋଇଛି ।

ଏହାସହ ୯୧୩ ଓ୍ଵେବ କାଷ୍ଟିଙ୍ଗ, ୭୭୯ ସିସିଟିଭି ଲଗାଯିବ । ସେକ୍ଟର ଅଫିସରଙ୍କ ଗାଡ଼ିରେ ଜିପିଏସ ଟ୍ରାକିଂ ବ୍ୟବସ୍ଥା କରାଯାଇଛି । ୧ ଲକ୍ଷ ୫୮ ହଜାର ଭିନ୍ନକ୍ଷମ, ଦୃଷ୍ଟିହୀନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି । ଏହାସହ ୨୦ ହଜାର ୭୭୮ ଜଣ ଭଲୁଣ୍ଟିଅର ନିୟୋଜିତ ଅଛନ୍ତି । ୬୧୯୦ ଗାଡି ନିର୍ବାଚନୀ ବ୍ୟବହାର ପାଇଁ ମଧ୍ୟ ରଖାଯାଇଛି ।


ତୃତୀୟ ପର୍ଯ୍ୟାୟରେ ୧ ଲକ୍ଷ ୪୬ ହଜାର ୧୫୪ ଲିଟର ମଦ ସହ ୩ କୋଟି ୧୨ଲକ୍ଷ ଟଙ୍କା ଜବତ ହୋଇଛି । ଏହାସହ ୧୪୪୬ ଜଣଙ୍କ ନାମରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି ।


ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details