ଓଡିଶା

odisha

ETV Bharat / city

ଭୁବନେଶ୍ବରରେ ଥ୍ରି ଇଡିଅଟ୍ସ ଫେମ୍ ସୋନମ ଓ୍ଵାଙ୍ଗଚୁକ୍ - ଫାଇଭ ପଏଣ୍ଟ୍ସ ସମୱାନ

ସୋନମ ଓ୍ଵାଙ୍ଗଚୁକ୍ ଲୋକସେବା ଭବନରେ ଓଡିଶା ନଲେଜ ହବ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 30, 2019, 5:42 PM IST


ଭୁବନେଶ୍ବର: ଓଡ଼ିଶା ଆସିଛନ୍ତି ଥ୍ରି ଇଡିଅଟ୍ସ ଫେମ ସୋନମ ଓ୍ଵାଙ୍ଗଚୁକ୍ । ଏହି ଅବସରରେ ସେ ଲୋକସେବା ଭବନରେ ଓଡିଶା ନଲେଜ ହବ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସୋନମ ଯୋଗ ଦେବା ସହ ‘ପରବର୍ତ୍ତୀ ଶୈକ୍ଷିକ ବିପ୍ଳବ’ ସମ୍ପର୍କରେ ସଚିବଙ୍କୁ ଉଦବୋଧନ ଦେଇଛନ୍ତି ।

ଶିକ୍ଷା ପାଇଁ ଥ୍ରି ଆର୍ ନୁହେଁ, ଥ୍ରି ଏଚର ଆବଶ୍ୟକତା ରହିଥିବା କଥା ସୋନମ କହିଛନ୍ତି । ଥ୍ରି ଆର୍ ରିଡିଙ୍ଗ, ରାଇଟିଙ୍ଗ ଓ ଏରିଥିମେଟିକ୍ ଅପେକ୍ଷା ଥ୍ରି ଏଚ୍ ହ୍ୟାଣ୍ଡ, ହାର୍ଟ, ହେଡର ଆବଶ୍ୟକତା ଅଧିକ ରହିଛି ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବଙ୍କ ସମେତ ସମସ୍ତ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀ ଯୋଗଦେଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବଲିଉଡ ଚଳଚ୍ଚିତ୍ର ‘ଥ୍ରି ଇଡିଅଟ୍ସ’ କଥାବସ୍ତୁର ମୁଖ୍ୟ ଚରିତ୍ର ହେଉଛନ୍ତି ସୋନମ । ଚେତନ ଭଗତଙ୍କ ‘ଫାଇଭ ପଏଣ୍ଟ୍ସ ସମୱାନ’ ପୁସ୍ତକ ଆଧାରରେ ‘ଥ୍ରି ଇଡିଅଟ୍ସ’ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା । ୫୩ ବର୍ଷୀୟ ଓ୍ଵାଙ୍ଗଚୁକ୍ ଇଞ୍ଜିନିୟର ଓ ଶିକ୍ଷାବିତ ଭାବରେ କାର୍ଯ୍ୟକରୁଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details