ଓଡିଶା

odisha

ETV Bharat / city

ବିଶ୍ବ କବି ସମ୍ମିଳନୀରେ ନାଇଡୁ, ରାଜଧାନୀରେ 82ଟି ଦେଶର 1300 କବି - ଯୁବ କବି ପୁରସ୍କାର

ଭୁବନେଶ୍ବରରେ ଆୟୋଜିତ 39 ତମ ବଶ୍ବ କବି ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀରେ ସାରା ବିଶ୍ବର 82 ଟି ରାଷ୍ଟ୍ରର 1300 କବି ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

By

Published : Oct 6, 2019, 9:29 PM IST

ଭୁବନେଶ୍ବର: ଓଡ଼ିଶାର ସଂସ୍କୃତି, ଐତିହ୍ୟ, ପ୍ରକୃତି ମହାନ। ସାରା ବିଶ୍ବରେ ଏକଦା ଭାରତ ବିଶ୍ବଗୁରୁ ଭାବେ ପରିଚିତ ଥିଲା । ବିଶ୍ବର ବିଭିନ୍ନ ଦେଶର ଛାତ୍ରଛାତ୍ରୀ ନାଳନ୍ଦାରେ ଅଧ୍ୟୟନ କରୁଥିଲେ। ଭାରତର ଦର୍ଶନଶାସ୍ତ୍ର ମହାନ। ମଣିଷର ମନର ଭାବକୁ ପରିପ୍ରକାଶ କରିବା ପାଇଁ କବିତା ଏକ ମାଧ୍ୟମ। କବିତା,ସଙ୍ଗୀତ, ସାହିତ୍ୟ ଏହା ଏକ ବିକଶିତ ରାଷ୍ଟ୍ରର ଅଙ୍ଗ। ଭୁବନେଶ୍ବରରେ ୩୯ ତମ ବିଶ୍ବ କବି ସମ୍ମିଳନୀର ଉଦଯାପନି ଦିବସରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟ ଅତିଥି ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ।

ଭୁବନେଶ୍ବର 39 ତମ ବିଶ୍ବ କବି ସମ୍ମୀଳନୀ ଉଦଯାପିତ

ବିଶ୍ବ କବି ସୁସ୍ଥ ସମାଜ ପାଇଁ କବିତା,ସାହିତ୍ୟ ଏକାନ୍ତ ଆବଶ୍ୟକ। କବି ସମ୍ମିଳନୀର ଶୀର୍ଷକ କମ୍ପାସନେଟ ଥରୁ ପୋଏଟ୍ରି ଉପରେ ଉପରାଷ୍ଟ୍ରପତି ନିଜର ମତ ରଖିଥିଲେ। କବିତା କହେ ହୃଦୟର କଥା,କବିତା ମାଧ୍ୟମରେ ଶାନ୍ତି ଆଉ ଆନନ୍ଦ ପ୍ରସାରିତ ହୁଏ। କବି ଏବଂ ଲେଖକର ଲେଖା ମାଧ୍ୟମରେ ଜୀବନର ମୂଲ୍ୟବୋଧକୁ ବୁଝିବାରେ ସରଳ ହୁଏ। ଉପରାଷ୍ଟ୍ରପତି ପ୍ରଥମେ ଓଡ଼ିଆ ଭାଷାରେ ସଭାକୁ ସମ୍ବୋଧିତ କରିଥିଲେ।

କବି ସମ୍ମିଳନୀର ଅନ୍ୟତମ ଅତିଥି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବିଶ୍ବ କବି ସମ୍ମିଳନୀ ଓଡ଼ିଶାରେ ଆୟୋଜିତ ହେବ ଭୌତିକ ସ୍ତରରେ ଏକ ବଡ ପଦକ୍ଷେପ ବୋଲି କହିଥିଲେ। ସାରା ବିଶ୍ବରୁ କବି ମାନେ ଛୁଟି ଆସିଛନ୍ତି ,ଓଡ଼ିଶାର ମର୍ଯ୍ୟାଦା ବୃଦ୍ଧି ହୋଇଛି। ୩୯ ତମ କବି ସମ୍ମିଳନୀର ଉଦଯାପନି ଦିବସରେ ଓଡ଼ିଶାର ମହାନ କଳା ,ସଂସ୍କୃତି, ଐତିହ୍ୟ ବିଶ୍ବ ଦରବାରରେ ପ୍ରଚାରିତ ହୋଇଛି। ଆଗାମୀ ଦିନରେ ଓଡ଼ିଶାର କଳା ସଂସ୍କୃତି ଏବଂ ପର୍ଯ୍ୟଟନ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ କିଭଳି କରାଯିବ ସେ ନେଇ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ରାଜ୍ୟ ପର୍ଯ୍ୟଟନ ଓ ସାହିତ୍ୟ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ କହିଛନ୍ତି।

ବିଶ୍ବ କବି ସମ୍ମିଳନୀର ଅନ୍ତିମ ଦିବସରେ ଉପରାଷ୍ଟ୍ରପତିଙ୍କ ଯୋଗଦାନ ଏହି ସାହିତ୍ୟ ଆସରକୁ ଅତ୍ୟନ୍ତ ମନ୍ତ୍ରମୁଗ୍ଧ କରିଛି।କବି ମାନେ ଗତ 50 ବର୍ଷ ଭିତରେ ଏଭଳି ଆତିଥ୍ୟତା ସର୍ବଶ୍ରେଷ୍ଠ ବୋଲି କହିଥିବାରୁ ମୁଁ ଅତ୍ୟନ୍ତ ବିମୋହିତ ବୋଲି କିଟ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ କହିଛନ୍ତି।

ସେହିଭଳି ବିଶ୍ବ କବି ସମ୍ମିଳନୀରେ ଯୁବ କବିର ମାନ୍ୟତା ମିଳିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହି ପୁରସ୍କାର ମୋତେ ଆଗକୁ ଯିବାକୁ ବାଟ ଦେଖାଇବ ବୋଲି ସର୍ବଶ୍ରେଷ୍ଠ ଯୁବ କବି ପୁରସ୍କୃତ ହୋଇଥିବା ଅନନ୍ତିନି ମିଶ୍ର କହିଛନ୍ତି। ସୂଚନା ଥାଉ କି ବିଶ୍ବକବି ସମ୍ମିଳନୀ ଅକ୍ଟୋବର ୨ ତାରିଖରୁ ଭୁବନେଶ୍ବର କିଟ ବିଶ୍ବବିଦ୍ୟାଳୟ ପରିସରରେ ଆରମ୍ଭ ହୋଇ ଆଜି ଶେଷ ହୋଇଛି। ସାରା ପୃଥିବୀର ୮୨ ଟି ରାଷ୍ଟ୍ରର ପ୍ରାୟ ୧୩ ସହ କବି ମାନେ ଯୋଗ ଦେଇଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details