ଓଡିଶା

odisha

ପରିବେଶ ପ୍ରଦୂଷଣକୁ ରୋକିବାକୁ ମିଳିତ ସହଯୋଗ ଆବଶ୍ୟକ: ଜଙ୍ଗଲ ମନ୍ତ୍ରୀ

By

Published : Sep 15, 2022, 7:27 AM IST

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର 39ତମ ପ୍ରତିଷ୍ଠା ଦିବସ ପାଳନ ହୋଉଛି । ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ସମସ୍ତଙ୍କୁ ସଜାଗ ହେବାକୁ ପଡିବ ବୋଲି କହିଛନ୍ତି ଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଅଧିକ ପଢନ୍ତୁ

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଭୁବନେଶ୍ବର:ମାନବ ସମାଜର ସ୍ୱାସ୍ଥ୍ୟରକ୍ଷା ଓ ସାମଗ୍ରିକ ବିକାଶ ପାଇଁ ଆଜି ସମଗ୍ର ବିଶ୍ୱରେ ପ୍ରଦୂଷଣ ନିୟନ୍ତ୍ରଣ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି । ପ୍ରଦୂଷଣ ପ୍ରତିରୋଧ ଓ ନିୟନ୍ତ୍ରଣ ଆଜି ବିଶ୍ୱର ଏକ ବଡ଼ ଆହ୍ୱାନ । ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବେଦନାର ସହିତ ଏହି ଆହ୍ୱାନକୁ ସାମ୍ନା କରିବା ପାଇଁ ବିସ୍ତୃତ ରଣନୀତି ପ୍ରସ୍ତୁତ କରଥିବା କହିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୯ତମ ପ୍ରତିଷ୍ଠା ଦିବସ ଉତ୍ସବରେ (39th foundation day of state pollution control board) ଯୋଗ ଦେଇ ଏହା କହିଛନ୍ତି ଜଙ୍ଗଲ ମନ୍ତ୍ରୀ ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ସେ ଆହୁରି କହିଛନ୍ତି ଯେ, ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଜ୍ୟର ୭ଟି ପ୍ରଦୂଷଣ ପ୍ରବଣ ଶିଳ୍ପାଞ୍ଚଳ ବା ସହର ଯଥା ଅନୁଗୋଳ, ତାଳଚେର, ବାଲେଶ୍ୱର, ଭୁବନେଶ୍ୱର, କଟକ, କଳିଙ୍ଗନଗର ଓ ରାଉରକେଲାରେ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି । ଏହି ମିଶନର ଲକ୍ଷ୍ୟ ୨୦୧୭ ମସିହାରୁ ବାୟୁରେ ଭାସମାନ ବର୍ଜ୍ୟବସ୍ତୁ ଅବଶିଷ୍ଟାଂଶ କଣିକା ସ୍ତରକୁ ୨୦ରୁ ୩୦ ପ୍ରତିଶତକୁ ହ୍ରାସ କରିବା । ଏହି କ୍ରମରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସିଏସଇ, ନୂଆଦିଲ୍ଲୀ ଦ୍ୱାରା ଭାରତର ସ୍ୱଚ୍ଛତା ସୂଚକାଙ୍କ ମୂଲ୍ୟାଙ୍କନରେ ଏକ ନମ୍ବର ସ୍ଥାନ ପାଇଛି ।

ପୃଥିବୀକୁ ପ୍ରଦୂଷିତ କରିବା ମଣିଷ ସମାଜର ସବୁଠାରୁ ବଡ ଭୁଲ । ଭବିଷ୍ୟତ ପିଢିଙ୍କ ପାଇଁ ଏକ ସୁନ୍ଦର ପୃଥିବୀ ଛାଡିଯିବା ହେଉଛି ଆମ ନୈତିକ ଦାୟିତ୍ୱ । ପରିବେଶ ପ୍ରଦୂଷଣକୁ ରୋକିବାକୁ ହେଲେ ସମସ୍ତଙ୍କର ମିଳିତ ସହଯୋଗ ଆବଶ୍ୟକ । ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କୋଭିଡ୍-୧୯ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ସମଗ୍ର ଦେଶରେ ଉଚ୍ଚ ପ୍ରଶଂସିତ ହୋଇଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ୧୯୮୩ ମସିହାଠାରୁ ଏହା ନିରନ୍ତର ଓଡ଼ିଶାବାସୀଙ୍କୁ ସେବା ଯୋଗାଇ ଆସିଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଜଳ ଅଧିନିୟମ-୧୯୭୪, ବାୟୁ ଅଧିନିୟମ-୧୯୮୧ ଏବଂ ପରିବେଶ ସୁରକ୍ଷା ଅଧିନିୟମ-୧୯୮୬ ଅନୁଯାୟୀ କାର୍ଯ୍ୟ କରିବାକୁ ପଡ଼ିଥାଏ । ଆମେ ଏହି ନିୟମ ଗୁଡ଼ିକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ଦ୍ୱାରା ହିଁ ପ୍ରଦୂଷଣକୁ ରୋକି ପାରିବା ବୋଲି ବିଭାଗୀୟ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ କହିଛନ୍ତି । ପାରଦ୍ୱୀପ, ଗହୀରମଥା, ଧାମରା ଉପକୂଳର ୨୦୨୦-୨୨ ବର୍ଷର ବିବରଣୀ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଛନ୍ତି । ବୋର୍ଡର ବିବିଧ କାର୍ଯ୍ୟାବଳୀ ବିବରଣୀ ସମ୍ବନ୍ଧରେ ବିଭାଗୀୟ ସଦସ୍ୟ ସଚିବ ଡ.କେ. ମୁରୁଗେସନ ଅବଧାରଣା ଦେଇଛନ୍ତି । କାର୍ଯ୍ୟକ୍ରମ ଆରମ୍ଭରେ ବୋର୍ଡର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ପ୍ରଫେସର ଏମ.କେ.ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ଏହା ବି ପଢନ୍ତୁ... ଆକ୍ସନ ମୁଡରେ ସମବାୟ ମନ୍ତ୍ରୀ

ପ୍ରଦୂଷଣ ନିୟନ୍ତ୍ରଣରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନଙ୍କୁ ଏହି ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଆୟୋଜିତ ଏମ.କେ.ରାଉତ ସ୍ମୃତି ସମ୍ଭାଷଣରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗର ପ୍ରଫେସର ପ୍ରତାପ ମହାନ୍ତି ସାମୁଦ୍ରିକ ପ୍ରଦୂଷଣର କାରଣ ଓ ଏହାର ନିରାକରଣ ଉପରେ ବିଷଦ ଆଲୋକପାତ କରିଛନ୍ତି । ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ପ୍ରଦୀପ କୁମାର ରାଉତଙ୍କ ସମେତ ବିଭାଗର ବରିଷ୍ଠ ପଦାଧିକାରୀ, ନବନିଯୁକ୍ତ ୩୫ ଜଣ ସହକାରୀ ପରିବେଶ ବୈଜ୍ଞାନିକ ଓ ଯନ୍ତ୍ରୀମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details