ଭୁବନେଶ୍ବର : ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୯୯ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୩ ହଜାର ୯୯୧ କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୧୭୦ ଆକ୍ରାନ୍ତ । ଖୋର୍ଦ୍ଧା ପରେ କଟକରୁ ୩୫ ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।
Covid Recovery Report: ସୁସ୍ଥ ହେଲେ 399 କୋଭିଡ ସଂକ୍ରମିତ
ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୯୯ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୩ ହଜାର ୯୯୧ କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...
Covid Recovery Report : ଆଜି ସୁସ୍ଥ ହେଲେ 399 କୋଭିଡ ସଂକ୍ରମିତ
ସେହିପରି ଯାଜପୁରରୁ ୧୩, କେନ୍ଦ୍ରାପଡାରୁ ୧୧, ଗଜପତିରୁ ୧୦, ସମ୍ବଲପୁରରୁ ୯ ଓ ଭଦ୍ରକରୁ ୮ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସୁନ୍ଦରଗଡରୁ ୮, ପୁରୀରୁ ୬ , ଜଗତସିଂହପୁରରୁ ୫, ନୟାଗଡରୁ ୪,ଗଞ୍ଜାମରୁ ୩, କେନ୍ଦୁଝରରୁ ୩, ମୟୂରଭଞ୍ଜରୁ ୩, ରାୟଗଡାରୁ ୩, ଝାରସୁଗୁଡାରୁ ୨ ଓ କଳାହାଣ୍ତିରୁ ୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି, କୋରୋପୁଟରୁ ୨, ବାଲେଶ୍ବରରୁ ୧, ବରଗଡରୁ ୧, ମାଲକାନଗିରିରୁ ୧ ଓ ସୋନପୁରରୁ ଜଣେ ସୁସ୍ଥ ହୋଇଛନ୍ତି । ଷ୍ଟେଟ ପୁଲ ସୁସ୍ଥ ସଂଖ୍ୟା ୩୮ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ