ଓଡିଶା

odisha

By

Published : May 2, 2021, 4:26 PM IST

ETV Bharat / city

8 ରାଜ୍ୟକୁ 214 ଟ୍ୟାଙ୍କର ଅକ୍ସିଜେନ ପଠାଇଲା ଓଡିଶା

8 ଟି ଅଭାବୀ ରାଜ୍ୟକୁ 214 ଟ୍ୟାଙ୍କରରେ ପଠାଗଲାଣି 3ହଜାର 965 ମେଟ୍ରିକ ଟନ ଅକ୍ସିଜେନ । ଓଡିଶା ପୋଲିସ୍ ଏସକର୍ଟ ଅଧୀନରେ ଯୋଗାଣ ହେଉଛି ଅକ୍ସିଜେନ । ଅଧିକ ପଢନ୍ତୁ..

8 ରାଜ୍ୟକୁ214  ଟ୍ୟାଙ୍କର ଅକ୍ସିଜେନ ପଠାଇଲା ଓଡିଶା
8 ରାଜ୍ୟକୁ214 ଟ୍ୟାଙ୍କର ଅକ୍ସିଜେନ ପଠାଇଲା ଓଡିଶା

ଭୁବନେଶ୍ବର: ଅମ୍ଲଜାନ ଅଭାବ ରାଜ୍ୟକୁ ପ୍ରାଣବାୟୁ ଯୋଗାଣ ଜାରି ରଖିଛି ଓଡିଶା । ଗତ 10 ଦିନରେ 214 ଟ୍ୟାଙ୍କରେ ପ୍ରାୟ 3965 MT ମେଡିକାଲ ଅକ୍ସିଜେନ ଓଡିଶା ପୋଲିସ୍ ଏସକର୍ଟ ଅଧୀନରେ 8 ଟି ଅଭାବୀ ରାଜ୍ୟକୁ ପଠାଯାଇଛି । ଏନେଇ ଟ୍ବିଟ କରି ସୂଚନା ଦେଇଛି ଓଡିଶା ପୋଲିସ ।

ଅକ୍ସିଜେନ ଅଭାବ ଯୋଗୁଁ କୋଭିଡ-19 ସଂକ୍ରମିତ ରୋଗୀ ପ୍ରାଣ ହରାଉଛନ୍ତି । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ , ହରିୟାଣା , ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଭଳି ଅକ୍ସିଜେନ ଅଭାବ ରାଜ୍ୟକୁ ଯୋଗାଣ କରି ଓଡିଶା ଶତାଧିକ କୋଭିଡ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇପାରୁଛି ।

ଅନୁଗୋଳ, ରାଉରକେଲା, ଯାଜପୁର , ଢେଙ୍କାନାଳରୁ ମେଡିକାଲ ଅକ୍ସିଜେନ ଅନ୍ୟ ରାଜ୍ୟକୁ ପଠାଯାଉଛି । ଓଡିଶା ପୋଲିସ ସ୍ୱତନ୍ତ୍ର ଏସକର୍ଟ କରି ଅକ୍ସିଜେନ ଟ୍ୟାଙ୍କର ପଠାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details