ଓଡିଶା

odisha

ETV Bharat / city

ରାଜ୍ୟରୁ ଦିନକରେ 393 କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ - corona case in odisha

ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ 393 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ 49 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରୁ ଆଉ 393 କୋରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରୁ ଆଉ 393 କୋରୋନା ଆକ୍ରାନ୍ତ ଚିହ୍ନଟ

By

Published : Dec 6, 2020, 12:12 PM IST

ଭୁବନେଶ୍ବର: ରାଜ୍ୟରେ ଖସୁଛି ସଂକ୍ରମଣ ସଂଖ୍ୟା । ଧିରେ ଧିରେ ରାଜ୍ୟରେ କୋରୋନା ଆକ୍ରାନ୍ତ କମୁଥିବା ବେଳେ 24 ଘଣ୍ଟାରେ ଟିହ୍ନଟ ହୋଇଛନ୍ତି 393 କୋରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନ ସେଣ୍ଟରରୁ 229 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 164 ରହିଛି ସ୍ଥାନୀୟ ସଂକ୍ରମଣ ।

ଅନୁଗୋଳରୁ 15 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ 11, ବରଗଡରୁ 9, ଭଦ୍ରକରୁ 9, ବଲାଙ୍ଗୀରରୁ 23,କଟକରୁ 25, ଦେବଗଡରୁ 17, ଢେଙ୍କାନାଳରୁ 6, ଗଜପତି 1, ଗଞ୍ଜାମ 3, ଜଗତସଂହପୁର 11, ଯାଜପୁର 6, ଝାରସୁଗୁଡା 12, କଳାହାଣ୍ଡି 27, କନ୍ଧମାଳ 2, କେନ୍ଦ୍ରାପଡା 12, କେନ୍ଦୁଝର 8, ଖୋର୍ଦ୍ଧା 49, କୋରାପୁଟ 7, ମାଲକାନଗିରିରୁ 4, ମୟୂରଭଞ୍ଜରୁ 32, ନବରଙ୍ଗପୁରରୁ 1, ନୟାଗଡରୁ 4, ନୂଆପଡାରୁ 12, ପୁରୀରୁ 18, ରାୟଗଡାରୁ 2, ସମ୍ବଲପୁରରୁ 11, ସୁନ୍ଦରଗଡରୁ 45 ଓ ଷ୍ଟେଟ ପୁଲ 11 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି 321196 । ସେଥିରୁ ସକ୍ରିୟ ମାମଲା ରହିଛି 4102 ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details