ଓଡିଶା

odisha

By

Published : Jul 12, 2020, 6:16 PM IST

ETV Bharat / city

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ସୁସ୍ଥ ହେଲେ ଆଉ 390

ରାଜ୍ୟରେ ଧିରେ ଧିରେ ଆକ୍ରାନ୍ତଙ୍କ ତୁଳନାରେ ବଢିବାରେ ଲାଗିଛି ସୁସ୍ଥଙ୍କ ସଂଖ୍ୟା । ଏହି କ୍ରମରେ ରବିବାର ରାଜ୍ୟରେ ଆହୁରି 390 ଜଣ ସୁସ୍ଥ ହୋଇଥିବା ଜଣା ପଡିଛି । ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8750ରେ ପହଞ୍ଚିଥିବା ଜଣା ପଡିଛି ।

corona situation in odisha, corona update in odisha, corona recovery in odisha, coronavirus news, corona latest news in odisha, ଓଡିଶାରେ କୋରୋନା ସ୍ଥିତି, ଓଡିଶାରେ କୋରୋନା ଅପଡେଟ, ଓଡିଶାରେ କୋରୋନା ସୁସ୍ଥତା ହାର, କୋରୋନା ଭାଇରସ ନ୍ୟୁଜ୍‌, ଓଡିଶାରେ କୋରୋନା ଲାଟେଷ୍ଟ ନ୍ୟୁଜ୍‌
ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ସୁସ୍ଥ ହେଲେ ଆଉ 390

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ ଆକ୍ରାନ୍ତଙ୍କ ତୁଳନାରେ ବଢିବାରେ ଲାଗିଛି ସୁସ୍ଥଙ୍କ ସଂଖ୍ୟା । ଏହି କ୍ରମରେ ରବିବାର ରାଜ୍ୟରେ ଆହୁରି 390 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8750ରେ ପହଞ୍ଚିଥିବା ଜଣା ପଡିଛି । ଆଗକୁ ଏହି ସଂଖ୍ୟା ଆହୁରି ବଢିବା ନେଇ ସରକାର ଆଶା ରଖିଥିବା ବେଳେ କୋରୋନା ମୁକାବିଲାରେ ରାଜ୍ୟର ସଫଳତା ରାଜ୍ୟବାସୀଙ୍କୁ ଆଶ୍ବସ୍ତ କରିଛି ।

ସୂଚନା ମୁତାବକ ରବିବାର 20ଟି ଜିଲ୍ଲାର 390 ଜଣ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଗଞ୍ଜାମରେ 106, କଟକରେ 71, ମୟୂରଭଞ୍ଜରେ 38, ସୁନ୍ଦରଗଡରେ 38, ସମ୍ବଲପୁରରେ 22, ଖୋର୍ଦ୍ଧାରେ 15, ବାଲେଶ୍ବରରେ 9, ବରଗଡରେ 6, ଅନୁଗୋଳ, କଳାହାଣ୍ଡି ଓ କେନ୍ଦ୍ରାପଡାରେ 5, ଜଗତସିଂହପୁର ଓ କୋରାପୁଟରେ 4ଜଣ, ଭଦ୍ରକ, ବୌଦ୍ଧ ଓ କେନ୍ଦୁଝରରେ 3 ଜଣଙ୍କ ସମେତ, ନୟାଗଡ ଓ ପୁରୀରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ଗୋଟିଏ ପଟେ ରାଜ୍ୟରେ ବଢି ଚାଲିଥିବା କୋରୋନା ସଂକ୍ରମଣର ମୁକାବିଲା ପାଇଁ ଦିନରାତି କୋରୋନା ଯୋଦ୍ଧାମାନେ ଲାଗି ପଡିଥିବା ବେଳେ ଅନ୍ୟପଟେ ବିଗତ କିଚି ଦିନ ହେବ ଏହାର ସୁଫଳ ଦେଖିବାକୁ ମିଳୁଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ 8750 ଜଣ ସୁସ୍ଥ ହୋଇଥିବା ବେଳେ ଏହି ସଂଖ୍ୟା ପାଇଁ ରାଜ୍ୟବାସୀ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details