ଓଡିଶା

odisha

ETV Bharat / city

ରାଜ୍ୟରେ କୋରୋନାକୁ ମାତ ଦେଲେ ଆହୁରି 3896

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସହ ତାଳ ଦେଇ ଚାଲୁଛି ଆରୋଗ୍ୟ ସଂଖ୍ୟା । ଦିନକରେ ସୁସ୍ଥ ହେଲେ 3896 ଜଣ । ଯାହା ରାଜ୍ୟ ପାଇଁ ଭଲ ଖବର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜ୍ୟରେ କୋରୋନାକୁ ମାତ ଦେଲେ ଆହୁରୀ 3896
ରାଜ୍ୟରେ କୋରୋନାକୁ ମାତ ଦେଲେ ଆହୁରୀ 3896

By

Published : Sep 29, 2020, 8:53 PM IST

ଭୁବନେଶ୍ବର:ଗୋଟିଏ ଦିନରେ ରାଜ୍ୟରେ 3896 ଜଣ ଆରୋଗ୍ୟ ହୋଇଛନ୍ତି କୋରୋନା ଆକ୍ରାନ୍ତ । ଏପଟେ ରାଜ୍ୟରେ ସର୍ବାଧିକ ସୁସ୍ଥ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରେ । ରାଜ୍ୟରେ ମୋଟ 181481 ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ସୁସ୍ଥ ସଂଖ୍ୟା ଏକ ଲକ୍ଷ ପାର ହୋଇଥିବା ବେଳେ 30 ଟି ଜିଲ୍ଲରେ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ତେବେ ଖୋର୍ଦ୍ଧାରେ ସର୍ବାଧିକ 657 ଜଣ ଆରୋଗ୍ୟ ହୋଇଥିବା ବେଳେ କଟକରେ 442, ପୁରୀରେ 182, ଯାଜପୁରରେ 153, ଜଗତସିଂହପୁରରେ 171, ମୟୂରଭଞ୍ଜରେ 162, ସମ୍ବଲପୁରରେ 110, ଅନୁଗୋଳରେ 217, ବାଲେଶ୍ୱରରେ 226, କନ୍ଧମାଳରେ 40, ଝାରସୁଗୁଡାରେ 151, କେନ୍ଦ୍ରାପଡାରେ 112, ବରଗଡରେ 97 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି କଳାହାଣ୍ଡିରେ 104, ଢେଙ୍କାନାଳରେ 45, ନବରଙ୍ଗପୁରରେ 76, କୋରାପୁଟରେ 125, ନୂଆପଡାରେ 49, ସୁବର୍ଣ୍ଣପୁରରେ 70, ବଲାଙ୍ଗିରରେ 68, ଭଦ୍ରକରେ 74, କେନ୍ଦୁଝରରେ 55, ସୁନ୍ଦରଗଡରେ 119, ମାଲକାଗିରିରେ 72, ନୟାଗଡରେ 115, ଗଞ୍ଜାମରେ 40, ରାୟଗଡାରେ 25, ଗଜପତିରେ 15, ଦେବଗଡରେ 12, ଷ୍ଟେଟ ପୁଲରେ 91 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details