ଓଡିଶା

odisha

ଆଜି ରାଜ୍ୟରେ ସୁସ୍ଥ ହେଲେ 3885 ଆକ୍ରାନ୍ତ, ସର୍ବାଧିକ ଖୋର୍ଦ୍ଧାରେ

By

Published : Oct 10, 2020, 8:58 PM IST

ରାଜ୍ୟରେ ସୁସ୍ଥ ସଂଖ୍ୟା 2 ଲକ୍ଷ ଛୁଇଁଛି । ଶନିବାର 3885 କୋରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 224273ରେ ପହଞ୍ଚିଛି । ଅଧିକ ପଢନ୍ତୁ..

ଆଜି ରାଜ୍ୟରେ ସୁସ୍ଥ ହେଲେ 3885 ଆକ୍ରାନ୍ତ , ସର୍ବାଧିକ ଖୋର୍ଦ୍ଧାରେ
ଆଜି ରାଜ୍ୟରେ ସୁସ୍ଥ ହେଲେ 3885 ଆକ୍ରାନ୍ତ , ସର୍ବାଧିକ ଖୋର୍ଦ୍ଧାରେ

ଭୁବନେଶ୍ବର: ରାଜ୍ୟରେ ଶନିବାର ସୁସ୍ଥ ହେଲେ 3885 କୋରୋନା ଆକ୍ରାନ୍ତ । ସୁସ୍ଥ ହାରରେ ସର୍ବାଧିକ ଖୋର୍ଦ୍ଧାର ରହିଛି । ଏଥିସହ ରାଜ୍ୟରେ ମୋଟ କୋରୋନା ଆରୋଗ୍ୟ 2 ଲକ୍ଷ ମାଇଲଖୁଣ୍ଟ ଛୁଇଁଛି ।

ଆଜି 30ଟି ଜିଲ୍ଲାରେ 3885 ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ଆଜିର ଆରୋଗ୍ୟ ସଂଖ୍ୟା ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 224273ରେ ପହଞ୍ଚିଛି । ତେବେ ଖୋର୍ଦ୍ଧାରେ ସର୍ବାଧିକ 1143 ଜଣ ଆରୋଗ୍ୟ ହୋଇଥିବାବେଳେ କଟକରେ 325, ପୁରୀରେ 193, ଝାରସୁଗୁଡାରେ 159, ବାଲେଶ୍ବରରେ 133, ମୟୂରଭଞ୍ଜରେ 129, ଯାଜପୁରରେ 126, କେନ୍ଦୁଝରରେ 124, କେନ୍ଦ୍ରାପଡାରେ 122, ସୁନ୍ଦରଗଡରେ 121, କଳାହାଣ୍ଡିରେ 112, ବଲାଙ୍ଗୀରରେ 103, ବରଗଡରେ 81, ନୂଆପଡାରେ 80, ଢେଙ୍କାନାଳରେ 79, ଜଗତସିଂହପୁରରେ 72, ସମ୍ବଲପୁରରେ 72, ରାୟଗଡାରେ 70, ଭଦ୍ରକରେ 64, କନ୍ଧମାଳରେ 59, ନବରଙ୍ଗପୁରରେ 56, ନୟାଗଡରେ 52, ସୋନପୁରରେ 50, କୋରାପୁଟରେ 48, ଗଞ୍ଜାମରେ 42, ବୌଦ୍ଧରେ 26, ମାଲକାନଗିରିରେ 26, ଅନୁଗୁଳରେ 19, ଦେଓଗଡରେ 16, ଗଜପତିରେ 15 ଓ ଷ୍ଟେଟ ପୋଲ168 । ରାଜ୍ୟରେ ସୁସ୍ଥ ହେଲେ 224273 ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details