ଭୁବନେଶ୍ବର: ରାଜ୍ୟରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୫୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୭ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୨୦୯ ଜଣ ଥିବାବେଳେ ୧୪୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
STATE CORONA: ଦିନକରେ ୩୫୮ ପଜିଟିଭ ଚିହ୍ନଟ, ୪୭ ଶିଶୁ ଆକ୍ରାନ୍ତ - କୋରୋନା
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୫୮ କୋରୋନା ପଜିଟିଭ ଚିହ୍ନଟ । ସେଥିମଧ୍ୟରୁ ୪୭ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ । ଅଧିକ ପଢନ୍ତୁ...
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୮୬ ଜଣ ଥିବାବେଳେ ଅନୁଗୋଳରୁ ୧, ବାଲେଶ୍ବରରୁ ୧୩, ବରଗଡରୁ ୩, ଭଦ୍ରକରୁ ୮, ବଲାଙ୍ଗୀରରୁ ୪, ବୌଦ୍ଧରୁ୧, କଟକରୁ ୧୫, ଦେବଗଡରୁ ୧, ଗଜପତିରୁ ୭, ଗଞ୍ଜାମରୁ ୧, ଜଗତସିଂହପୁରରୁ ୮, ଯାଜପୁରରୁ ୧୧, କେନ୍ଦ୍ରାପଡ଼ାରୁ ୧୩, କେନ୍ଦୁଝରରୁ ୧, କୋରାପୁଟରୁ ୨, ମୟୂରଭଞ୍ଜରୁ ୧୧, ନୟାଗଡରୁ୩, ପୁରୀରୁ ୯, ରାୟଗଡାରୁ ୫, ସମ୍ବଲପୁରରୁ ୪, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୩ ଏବଂ ଷ୍ଟେଟ ପୁଲ୍ରୁ ୪୬ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୬୩୪ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ