ଓଡିଶା

odisha

ETV Bharat / city

ରାଜ୍ୟରେ ଆରୋଗ୍ୟ ହେଲେ 3817 କୋରୋନା ଆକ୍ରାନ୍ତ - corona recovery in odisha today

ରାଜ୍ୟରେ କୋରୋନା ସଂକ୍ରମଣ ବଢିବା ସହ ପ୍ରତିଦିନ କିଛି ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଉଛନ୍ତି । ମଙ୍ଗଳବାର ରାଜ୍ୟରେ 3817 ଜଣ ଆରୋଗ୍ୟ ହୋଇଛନ୍ତି । ଏହା ସହିତ ରାଜ୍ୟରେ କୋରୋନା ଆରୋଗ୍ୟ 2 ଲକ୍ଷ ମାଇଲଖୁଣ୍ଟ ଛୁଇଁଛି । ଅଧିକ ପଢନ୍ତୁ..

ରାଜ୍ୟରେ ଆରୋଗ୍ୟ ହେଲେ 3817 କୋରୋନା ଆକ୍ରାନ୍ତ
ରାଜ୍ୟରେ ଆରୋଗ୍ୟ ହେଲେ 3817 କୋରୋନା ଆକ୍ରାନ୍ତ

By

Published : Oct 6, 2020, 8:07 PM IST

ଭୁୂବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ବଢିବା ସହ ପ୍ରତିଦିନ କିଛି ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଉଛନ୍ତି । ମଙ୍ଗଳବାର ରାଜ୍ୟରେ 3817 ଜଣ ଆରୋଗ୍ୟ ହୋଇଛନ୍ତି। ଏହା ସହିତ ରାଜ୍ୟରେ କୋରୋନା ଆରୋଗ୍ୟ 2 ଲକ୍ଷ ମାଇଲଖୁଣ୍ଟ ଛୁଇଁଛି ।

ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 2 ଲକ୍ଷ 10 ହଜାର 217 ରେ ପହଞ୍ଚିଛି । ମଙ୍ଗଳବାର 30ଟି ଜିଲ୍ଲାରେ 3817ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ତେବେ ଖୋର୍ଦ୍ଧାରେ ସର୍ବାଧିକ 969ଜଣ ଆରୋଗ୍ୟ ହୋଇଥିବାବେଳେ କଟକରେ 368, ଅନୁଗୁଳରେ 122, ବାଲେଶ୍ୱରରେ 146, ନୂଆପଡାରେ 135, ବରଗଡରେ 151, ଜଗତସିଂହପୁରରେ 124, ସମ୍ବଲପୁରରେ 118 ହୋଇଛନ୍ତି ।

ସେହିପରି ସୁନ୍ଦରଗଡରୁ 110, କେନ୍ଦ୍ରାପଡାରୁ 106, ବଲାଙ୍ଗିରିରୁ 93, ଯାଜପୁରରୁ 91, ମୟୁରଭଞ୍ଜରୁ 88, ପୁରୀରୁ 88, କନ୍ଧମାଳରୁ 86, କେନ୍ଦୁଝରରୁ 86, ସୋନପୁରରୁ 83, ଭଦ୍ରକରୁ 82, ନୟାଗଡରୁ 71, କଳାହାଣ୍ଡିରୁ 69, ଝରସୁଗୁଡ଼ାରୁ 68, ନବରଙ୍ଗପୁରରୁ 66, କୋରାପୁଟରୁ 62, ଗଂଜାମରୁ 56, ରାୟଗଡାରୁ 50, ଢେଙ୍କାନାଳରୁ 48, ବୌଦ୍ଧରୁ 45, ମାଲକାନଗିରିରୁ 34, ଗଜପତିରୁ 24, ଦେଓଗଡ଼ରୁ 14 ଓ ଷ୍ଟେଟ ପୋଲରୁ 164 ଲେଖାଏଁ ସୁସ୍ଥ ହୋଇଛନ୍ତି ।

ଭୁୂବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details