ଓଡିଶା

odisha

ETV Bharat / city

STATE CORONA: ଦିନକରେ 3,806 ନୂଆ ସଂକ୍ରମିତ - ଓଡିଶା କୋରୋନା ରିପୋର୍ଟ

ରାଜ୍ୟରେ ଗତ 24 ଘଣ୍ଟାରେ 3 ହଜାର 806 ନୂଆ ପଜିଟିଭ ଚିହ୍ନଟ ଓ 6 ହଜାର 240 ଜଣ ସୁସ୍ଥ । ଅଧିକ ପଢନ୍ତୁ...

ଦିନକରେ 3,806 ନୂଆ ସଂକ୍ରମିତ
ଦିନକରେ 3,806 ନୂଆ ସଂକ୍ରମିତ

By

Published : Jun 18, 2021, 8:57 AM IST

ଭୁବନେଶ୍ବର:ରାଜ୍ୟରେ ଗତ 24 ଘଣ୍ଟାରେ 3 ହଜାର 806 ନୂଆ ପଜିଟିଭ ଚିହ୍ନଟ । ସେଥିମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 2 ହଜାର 172 ଓ ଲୋକାଲ ସଂକ୍ରମଣ ସଂଖ୍ୟା 1 ହଜାର 634 ରହିଛି । ଏହି ନୂତନ ସଂକ୍ରମିତକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ 8 ଲକ୍ଷ 70 ହଜାର 498କୁ ବୃଦ୍ଧି ପାଇଛି । ସେପଟେ ଦିନକରେ 6 ହଜାର 240 ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ଅପେକ୍ଷା ସୁସ୍ଥତା ହାର ବୃଦ୍ଧି ପାଉଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 617 ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଦିନକରେ 3,806 ନୂଆ ସଂକ୍ରମିତ

ସେହିପରି ଅନୁଗୋଳରୁ 175, ବାଲେଶ୍ବରରୁ 220, ବରଗଡରୁ 58, ଭଦ୍ରକରୁ 158, ବଲାଙ୍ଗୀରରୁ 28, ବୌଦ୍ଧରୁ 35, କଟକରୁ 393, ଦେବଗଡରୁ 30, ଢେଙ୍କାନାଳରୁ 43, ଗଜପତିରୁ 45, ଗଞ୍ଜାମରୁ 36, ଜଗତସିଂହପୁରରୁ 130, ଯାଜପୁରରୁ 346, ଝାରସୁଗୁଡାରୁ 19, କଳାହାଣ୍ଡିରୁ 43, କନ୍ଧମାଳରୁ 34, କେନ୍ଦ୍ରାପଡାରୁ 145, କେନ୍ଦୁଝରରୁ 81, କୋରାପୁଟରୁ 77, ମାଲକାନଗିରିରୁ 75, ମୟୂରଭଞ୍ଜରୁ 159, ନବରଙ୍ଗପୁରରୁ 88, ନୟାଗଡରୁ 134, ନୂଆପଡାରୁ 31, ପୁରୀରୁ 200, ରାୟଗଡାରୁ 111, ସମ୍ବଲପୁରରୁ 45, ସୋନପୁରରୁ 36, ସୁନ୍ଦରଗଡରୁ 119 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲ ପଜିଟିଭ ସଂଖ୍ୟା 95 ରହିଛି ।

ଦିନକରେ ସୁସ୍ଥ ହୋଇଥିବା 6 ହଜାର 240 ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥସଂଖ୍ୟା 8 ଲକ୍ଷ 23 ହଜାର 599କୁ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 43 ହଜାର 338ଟି ସକ୍ରିୟ ମାମଲା ରହିଛି । ଏଯାବତ୍ 1 କୋଟି 29 ଲକ୍ଷ 64 ହଜାର 705ଟି ଟେଷ୍ଟ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details