ଭୁବନେଶ୍ବର: ଆଜି(ମଙ୍ଗଳବାର) ରାଜ୍ୟରେ 38 ହଜାର କୋଭାକ୍ସିନ ଟିକା ପହଞ୍ଚିଛି । ଏହି ଟିକାକୁ ମିଶାଇ ରାଜ୍ୟରେ ମୋଟ 3 ଲକ୍ଷ 9 ହଜାର 530 କୋଭାକ୍ସିନ ଟିକା ମହଜୁଦ ରହିଛି । ଟିକା ପହଞ୍ଚି ସାରିଥିବା ବେଳେ ବନ୍ଦ ଥିବା ଟୀକାକରଣରେ ଟିକାଦାନ ଆରମ୍ଭ ହେବ ।
ରାଜ୍ୟରେ ଘୋର ଟିକାର ଅଭାବ ଦେଖିବାକୁ ମିଳିଥିଲା । ଫଳରେ 15 ଜିଲ୍ଲାରେ ଟୀକାକରଣ ବନ୍ଦ ରହିଥିଲା । ତେବେ କେନ୍ଦ୍ରରୁ ଟିକା ପହଞ୍ଚିବା ପରେ ପୁଣି ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବରୁ ମହଜୁଦ ଥିବା ଟିକାରେ ପ୍ରାୟ 97ଟି ଟୀକାକରଣରେ ଟିକା ଦିଆଯାଉଥିଲା । ଗତ ସୋମବାର 3 ଲକ୍ଷ 16 ହଜାର 450 କୋଭିସିଲ୍ଡ ଟିକା ପହଞ୍ଚିଥିବା ବେଳେ ଆଜି 38 ହଜାର କୋଭାକ୍ସିନ ଟିକା ପହଞ୍ଚିଛି ।