ଭୁବନେଶ୍ବର: ଭୁବନେଶ୍ବରରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶନିବାର ରାଜଧାନୀରେ 38 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 26 ଜଣ କ୍ବାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ 12 ଜଣ ସ୍ଥାନୀୟ ଲୋକ ରହିଛନ୍ତି । ବରମୁଣ୍ଡା ,ଶାସ୍ତ୍ରୀନଗର, ବିଜେପି ନଗର, ଶୈଳଶ୍ରୀ ବିହାର, ଶିଖର ଚଣ୍ଡୀବସ୍ତି, ମଞ୍ଚେଶ୍ବର, କେଦାରଗୌରୀ, ଚନ୍ଦ୍ରଶେଖରପୁର, ରସୁଲଗଡ,କଳିଙ୍ଗ ବିହାର,ପଳାଶୁଣି, ନୟାପାଲ୍ଲୀ, ଆଚାର୍ଯ୍ୟ ବିହାର କ୍ବାରେଣ୍ଟାଇନ ସେଣ୍ଟର ଓ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବରରୁ ପୁଣି 38 କୋରୋନା ପଜିଟିଭ ଚିହ୍ନଟ - କୋରୋନା ପଜିଟିଭ ଚିହ୍ନଟ
ରାଜଧାନୀକୁ ବ୍ୟାପୁଛି କୋରୋନା । ଭୁବନେଶ୍ବରରୁ 38 କୋରୋନା ପଜିଟିଭ ଚିହ୍ନଟ। ଅଧିକ ପଢନ୍ତୁ....
ଭୁବନେଶ୍ବରରୁ 38 କୋରୋନା ପଜିଟିଭ ଚିହ୍ନଟ
ଅନ୍ୟପଟେ, 12 ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇ ଥିବାବେଳେ 6 ଜଣ ଆରୋଗ୍ୟ ଲାଭ କରିଛନ୍ତି । ତେବେ ଭୁବନେଶ୍ବରରେ ମୋଟ ଆକ୍ରାନ୍ତ ସଂଖ୍ୟା 640 ରହିଥିବା ବେଳେ 314 ସୁସ୍ଥ ହୋଇଛନ୍ତି । 317 ସକ୍ରିୟ ମାମଲା ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 8 ଛୁଇଁଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ