ଓଡିଶା

odisha

ETV Bharat / city

ରାଜଧାନୀରେ ଆଉ 38 ପଜିଟିଭ, ମଞ୍ଚେଶ୍ବରରେ ସର୍ବାଧିକ - 38 corona cases in bhubaneswar

ରାଜଧାନୀ ଭୁବନେଶ୍ବରରେ ବଢୁଛି କୋରୋନା ସଂକ୍ରମଣ । ରାଜଧାନାରେ ଦିନକରେ 38 ଆକ୍ରାନ୍ତ ଥିବା ବେଳେ ମଞ୍ଚେଶ୍ବରରେ ସର୍ବାଧିକ ରେକର୍ଡ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜଧାନୀରେ ପୁଣି ଫେରୁଛି କୋରୋନା
ରାଜଧାନୀରେ ପୁଣି ଫେରୁଛି କୋରୋନା

By

Published : Jun 25, 2020, 4:11 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବଢୁଛି କୋରୋନା ସଂକ୍ରମଣ । ଚିନ୍ତା ବଢ଼ାଉଛି ମଞ୍ଚେଶ୍ବର ଅଞ୍ଚଳ । ଗୁରୁବାର ଗୋଟେ ଦିନରେ ସର୍ବାଧିକ 38 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 25 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 13 ଜଣ ସ୍ଥାନୀୟ ସଂକ୍ରମଣ ହୋଇଛନ୍ତି । ଅନ୍ୟପଟେ ଗୁରୁବାର ଭୁବନେଶ୍ବରରେ 14 ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।

ଘରୋଇ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା 25 ଜଣଙ୍କ ମଧ୍ୟରୁ 5 ଜଣ ହେଉଛନ୍ତି ଜୟଦେବ ବିହାର ଅଞ୍ଚଳର ପୂର୍ବ ପଜିଟିଭ ସହ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କ ମଧ୍ୟରୁ 74 ବର୍ଷର ଜଣେ ପୁରୁଷ, 36 ଓ 73 ବର୍ଷିୟା ମହିଳା ଓ 1 ବର୍ଷର ଶିଶୁକୁ ପଜିଟିଭ ଚିହ୍ନଟ ହୋଇଛି । ସେହିପରି 11 ଜଣ ହେଉଛନ୍ତି ମଞ୍ଚେଶ୍ବର ଅଞ୍ଚଳର । ଏମାନେ ସମସ୍ତେ ଉତ୍ତର ପ୍ରଦେଶରୁ ଫେରିଛନ୍ତି । ସେହିପରି 4 ଜଣ ହେଉଛନ୍ତି ମଞ୍ଚେଶ୍ବର ଅଞ୍ଚଳର । ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା । ସେହିପରି 2 ଜଣ ହେଉଛନ୍ତି ଡେଲ୍ଟା ଅଞ୍ଚଳର, ସେମାନେ ସମସ୍ତେ ମୁମ୍ବାଇ ଫେରନ୍ତା । ଅନ୍ୟ 2 ଜଣ ହେଉଛନ୍ତି ୟୁନିଟ 6 ଅଞ୍ଚଳରେ ଓ ଅନ୍ୟଜଣେ ମଞ୍ଚେଶ୍ବର ଅଞ୍ଚଳର ।

ଅନ୍ୟପଟେ ଦେଖିଲେ ଭୁବନଶ୍ବରରେ ସ୍ଥାନୀୟ ସଂକ୍ରମଣ 13 ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ 4 ଆକ୍ରାନ୍ତ ହେଉଛନ୍ତି ଲକ୍ଷ୍ମୀସାଗର ଅଞ୍ଚଳର । ସେମାନେ ପୂର୍ବ ପଜିଟିଭ ସହ ସଂସ୍ପର୍ଶରେ ଆସିଥିଲେ । ସମସ୍ତ ମୁମ୍ବାଇ ଟ୍ରାଭେଲ କରିଥିଲେ । ସେହିପରି ଅନ୍ୟଜଣେ ହେଉଛନ୍ତି ଚକେଇସିଆଣିର 46 ବର୍ଷର ଯୁବକ । ସେହିପରି ଭାବରେ 3 ଜଣ ଏକ ଘରୋଇ ହସ୍ପିଟାଲରେ କର୍ମଚାରୀ ଥିବା ବେକେ ସେମାନଙ୍କ ଠାରୁ ପଜିଟିଭ ଚିହ୍ନଟ ହୋଇଛି । ସେପଟେ 2 ଜଣ ଘରୋଇ ହସ୍ପିଟାଲରେ କର୍ମଚାରୀ ଥିବା ବେଳେ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟ ଜଣେ ସରକାରୀ ହସ୍ପିଟାଲରେ କର୍ମଚାରୀ ଭାବରେ କାମ କରନ୍ତି, ତାଙ୍କର ବୁଧବାର ପଜିଟିଭ ଆସିଛି । 40 ବର୍ଷର ଯୁବକ ମଞ୍ଚେଶ୍ବର ଅଞ୍ଚଳର ପୂର୍ବ ପଜିଟିଭ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଅନ୍ୟ ଜଣେ 35 ବର୍ଷର ଯୁବକ ଭିଏସଏସ ନଗର ଅଞ୍ଚଳରେ ପୂର୍ବ ପଜିଟିଭ କେସ ବାହାରିଛି ।

ଅନ୍ୟପଟେ ଦେଖିଲେ ରାଜଧାନୀରେ 14 ଜଣ ସୁସ୍ଥ ହୋଇଛନ୍ତି । ୟୁନିଟ 4 ସହିଦ ନଗର ଅଞ୍ଚଳର ଜଣେ 40 ବର୍ଷର ବ୍ୟକ୍ତି, ଡୁମଡୁମା ଅଞ୍ଚଳରେ 22 ବର୍ଷର ଯୁବକ, କଳିଙ୍ଗ ବିହାର ଅଞ୍ଚଳରେ 34 ବର୍ଷର ଯୁବକ, ପଳାଶୁଣି ଅଞ୍ଚଳରେ 25 ବର୍ଷର ଯୁବକ, ୟୁନିଟ 3 ମାଳିସାହି ଅଞ୍ଚଳରେ 60 ବର୍ଷର ମହିଳା, ନାୟପାଲି ବେହେରା ସାହିର 37 ବର୍ଷର ମହିଳା, ଖଣ୍ଡଗିରି ଅଞ୍ଚଳରେ 26 ବର୍ଷର ମହିଳା ଓ 28 ବର୍ଷର ମହିଳା । ସେହିପରି ଭାବରେ 4 ଜଣ ରେଳ ବିଭାଗର କର୍ମଚାରୀ, ଭୀମପୁର ଅଞ୍ଚଳରେ 64 ବର୍ଷର ପୁରୁଷ ଓ ନାହାରକଣ୍ଟା ଅଞ୍ଚଳରେ 27 ବର୍ଷର ଯୁବକ ସୁସ୍ଥ ହୋଇଛନ୍ତି । ତେବେ ଭୁବନେଶ୍ବରରେ ମୋଟ 258 ଆକ୍ରାନ୍ତ ରହିଥିବା ବେଳେ 127 ଜଣ ସୁସ୍ଥ ହୋଇଛନ୍ତି । 127 ସକ୍ରିୟ ରହିଥିବା ବେକେ 3 ଜଣ ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details