ଓଡିଶା

odisha

ETV Bharat / city

Vaccination; ଟୀକାକରଣ ରେକର୍ଡ, ଦିନକରେ ସାଢେ ୩ ଲକ୍ଷ ନେଲେ ଟିକା - କୋରୋନା ଟିକା

ସଂକ୍ରମଣକୁ ମାତ ଦେବା ପାଇଁ ଜାରି ରହିଛି ଟୀକାକରଣ । ରାଜ୍ୟରେ ରେକର୍ଡ ସୃଷ୍ଟି କଲା ଭ୍ୟାକସିନେସନ । ଦିନକରେ ସାଢ଼େ 3 ଲକ୍ଷ ହିତାଧିକାରୀ ନେଲେ ଟିକା। ଅଧିକ ପଢନ୍ତୁ...

ଟୀକାକରଣ ରେକର୍ଡ ;ଗୋଟିଏ ଦିନରେ ସାଢେ ୩ ଲକ୍ଷ ଟିକା ନେଲେ ହିତାଧିକାରୀ
ଟୀକାକରଣ ରେକର୍ଡ ;ଗୋଟିଏ ଦିନରେ ସାଢେ ୩ ଲକ୍ଷ ଟିକା ନେଲେ ହିତାଧିକାରୀ

By

Published : Sep 5, 2021, 7:08 AM IST

ଭୁବନେଶ୍ବର:ସଂକ୍ରମଣକୁ ମାତ ଦେବା ପାଇଁ ଜାରି ରହିଛି ଟୀକାକରଣ । ରାଜ୍ୟରେ ରେକର୍ଡ ସୃଷ୍ଟି କଲା ଭ୍ୟାକସିନେସନ । ଦିନକରେ ସାଢ଼େ 3 ଲକ୍ଷ ହିତାଧିକାରୀ ନେଲେ ଟିକା । ତୃତୀୟ ଲହର ଆଶଙ୍କାକୁ ନେଇ ଦୈନିକ ସାଢ଼େ 3 ଲକ୍ଷ ଟୀକାକରଣ ପାଇଁ ଟାର୍ଗେଟ ରହିଥିଲା । ତେବେ ଗୋଟିଏ ଦିନରେ 3 ଲକ୍ଷ 67 ହଜାର 108 ହିତାଧିକାରୀ ଟିକା ନେଇଛନ୍ତି।

ତୃତୀୟ ଲହର ଆଶଙ୍କାକୁ ନେଇ ରାଜ୍ୟ ସରକାର ଦୈନିକ ସାଢ଼େ 3 ଲକ୍ଷ ଡୋଜ୍ ଟିକା ପ୍ରଦାନ କରିବାକୁ ସ୍ୱାସ୍ଥ୍ୟ ବିଭାଗର ଟାର୍ଗେଟ ରହିଥିଲା । ଶନିବାର ଦିନ 3 ଲକ୍ଷ 67 ହଜାର 108 ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଫଳରେ ରାଜ୍ୟ ଟିକାକରଣ କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ରାଜ୍ୟରେ ବର୍ତ୍ତମାନ ମୋଟ ଟୀକାକରଣ ସଂଖ୍ୟା 2 କୋଟି 35 ଲକ୍ଷ 85 ହଜାର 787ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 1 କୋଟି 77 ଲକ୍ଷ 65 ହଜାର 786 ହିତାଧିକାରୀ ପ୍ରଥମ ଡୋଜ ନେଇଥିବାବେଳେ 58 ଲକ୍ଷ 20 ହଜାର 1 ଜଣ ଦ୍ବିତୀୟ ଡୋଜ୍ ନେଇସାରିଲେଣି।

ରାଜ୍ୟରେ ରବିବାର 138 ଟିକା କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ । ଗଞ୍ଜାମରେ 7ଟି କେନ୍ଦ୍ର, ନୟାଗଡ଼ରେ 2, ପୁରୀରେ 61, ରାୟଗଡ଼ାରେ 30, ସୁନ୍ଦରଗଡ଼ରେ 30 ଓ ଭୁବନେଶ୍ବରରେ 30ଟି ସ୍ଥାନରେ ଟୀକାକରଣ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ମୋଟ ଟୀକାକରଣ ମଧ୍ୟରୁ 3 ଲକ୍ଷ 52 ହଜାର 190 ସ୍ଵାସ୍ଥ୍ୟ କର୍ମୀ ପ୍ରଥମ ଡୋଜ୍ ଓ 2 ଲକ୍ଷ 90 ହଜାର 400 ଜଣ ସ୍ୱାସ୍ଥ୍ୟ କର୍ମୀ ଦ୍ୱିତୀୟ ଡୋଜ୍ ଟିକା ନେଇସାରିଛନ୍ତି ।

ସେହିପରି 3 ଲକ୍ଷ 48 ହଜାର 687 ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ଓ 2 ଲକ୍ଷ 73 ହଜାର 446 ଜଣ ଦ୍ଵିତୀୟ ଡୋଜ୍ ମଧ୍ୟ ନେଇସାରିଛନ୍ତି । 18 ରୁ 44 ବର୍ଷ ମଧ୍ୟରେ 88 ଲକ୍ଷ 4 ହଜାର 951 ପ୍ରଥମ ଡୋଜ୍ ଓ 12 ଲକ୍ଷ 94 ହଜାର 998 ଜଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି। ସେହିପରି 45 ବର୍ଷରୁ ଊର୍ଦ୍ଧ୍ବ 82 ଲକ୍ଷ 60 ହଜାର 344 ଜଣ ପ୍ରଥମ ଡୋଜ୍ ଓ 39 ଲକ୍ଷ 61 ହଜାର 157 ଜଣ ଦ୍ବିତୀୟ ଡୋଜ୍ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ABOUT THE AUTHOR

...view details