ଭୁବନେଶ୍ବର: ଗତ 24 ଘଣ୍ଟାରେ ରାଜ୍ୟରେ 3 ହଜାର 631 ପଜିଟିଭ ଚିହ୍ନଟ । ସେଥିମଧ୍ୟରେ କ୍ବାରେଣ୍ଟାଇନ ସେଣ୍ଟରରୁ 2 ହଜାର 69 ଏବଂ ଲୋକାଲ ସଂକ୍ରମଣ ମାମଲା 1 ହଜାର 562 ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 506 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂତନ ପଜିଟିଭକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା 8 ଲକ୍ଷ 66 ହଜାର 692ରେ ପହଞ୍ଚିଛି ।
ସେହିପରି ବୌଦ୍ଧରୁ 84, କଟକରୁ 438, ଦେବଗଡରୁ 28, ଢେଙ୍କାନାଳରୁ 114, ଗଜପତିରୁ 18, ଗଞ୍ଜାମରୁ 27, ଜଗତସିଂହପୁରରୁ 92, ଯାଜପୁରରୁ 305, ଝାରସୁଗୁଡାରୁ 19, କଳାହାଣ୍ଡିରୁ 41, କନ୍ଧମାଳରୁ 48, କେନ୍ଦ୍ରାପଡାରୁ 120, କେନ୍ଦୁଝରରୁ 68, କୋରାପୁଟରୁ 80, ମାଲକାନଗିରିରୁ 56, ମୟୂରଭଞ୍ଜରୁ 112, ନବରଙ୍ଗପୁରରୁ 108, ନୟାଗଡରୁ 106, ନୂଆପଡାରୁ 19, ପୁରୀରୁ 199, ରାୟଗଡାରୁ 79, ସମ୍ବଲପୁରରୁ 37, ସୋନପୁରରୁ 50, ସୁନ୍ଦରଗଡରୁ 83 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲ ସଂକ୍ରମଣ ସଂଖ୍ୟା 64 ରହିଛି ।