ଭୁବନେଶ୍ବର: ଗୋଟିଏ ଦିନରେ ରାଜ୍ୟରେ 3607 ଜଣ ଆରୋଗ୍ୟ ହୋଇଛନ୍ତି । ଏପଟେ ରାଜ୍ୟରେ ସର୍ବାଧିକ ସୁସ୍ଥ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରେ । ରାଜ୍ୟରେ ସୁସ୍ଥ ସଂଖ୍ୟା ଏକ ଲକ୍ଷ ପାର ହୋଇଥିବାବେଳେ ଗୁରୁବାର 30ଟି ଜିଲ୍ଲାରେ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି ।
ତେବେ ଖୋର୍ଦ୍ଧାରେ ସର୍ବାଧିକ 1037 ଜଣ ଆରୋଗ୍ୟ ହୋଇଥିବାବେଳେ କଟକରେ 299, ପୁରୀରେ 415, ବଲାଙ୍ଗିରରେ 140, ମୟୂରଭଞ୍ଜରେ 128, ଯାଜପୁରରେ 127, ବାଲେଶ୍ୱରରେ 112, ସୁନ୍ଦରଗଡରେ 107, ଜଗତସିଂହପୁରରେ 105, ନବରଙ୍ଗପୁରରେ 104, ସୋନପୁରରେ 100, ବରଗଡରେ 84, କେନ୍ଦ୍ରାପଡାରେ 84, ଝାରସୁଗୁଡ଼ାରେ 82, ରାୟଗଡାରେ 80, ଗଞ୍ଜାମ ଓ କୋରାପୁଟରେ 75 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।