ଓଡିଶା

odisha

ଦିନକରେ ରାଜ୍ୟରୁ 3577 ଆକ୍ରାନ୍ତ ଚିହ୍ନଟ, 5281 ସୁସ୍ଥ

By

Published : Jun 20, 2021, 8:59 AM IST

ଦିନକରେ ରାଜ୍ୟରୁ ପୁଣି 3 ହଜାର 577 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ 5 ହଜାର 281 ସୁସ୍ଥ । ଅଧିକ ପଢନ୍ତୁ...

ଦିନକରେ ରାଜ୍ୟରୁ 3577 ଆକ୍ରାନ୍ତ ଚିହ୍ନଟ, 5281 ସୁସ୍ଥ
ଦିନକରେ ରାଜ୍ୟରୁ 3577 ଆକ୍ରାନ୍ତ ଚିହ୍ନଟ, 5281 ସୁସ୍ଥ

ଭୁବନେଶ୍ବର: ଧିରେ ଧିରେ କମୁଛି ସଂକ୍ରମଣ । ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁ ନ ଥିଲେ ମଧ୍ୟ ସଂକ୍ରମଣ ହ୍ରାସ ସାମାନ୍ୟ ଆସ୍ବସ୍ଥି ଦେଇଛି । ଆକ୍ରାନ୍ତଙ୍କ ଅପେକ୍ଷାକୃତ ସୁସ୍ଥସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଦିନକରେ ରାଜ୍ୟରୁ ପୁଣି 3 ହଜାର 577 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ 5 ହଜାର 281 ସୁସ୍ଥ ହୋଇଛନ୍ତି । କ୍ବାରେଣ୍ଟାଇନରୁ 2 ହଜାର 39 ଚିହ୍ନଟ ହୋଇ ଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ଏକ ହଜାର 538 ଚିହ୍ନଟ ହୋଇଛନ୍ତି ।

ତେବେ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 571 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ କଟକରୁ 407 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୋଳରୁ 127, ବାଲେଶ୍ବରରୁ 205, ଭଦ୍ରକରୁ 186, ବରଗଡରୁ 51, ବଲାଙ୍ଗୀର 36, ବୌଦ୍ଧ 59, ଦେବଗଡରୁ 12, ଢେଙ୍କାନାଳରୁ 96, ଗଜପତି 29, ଗଞ୍ଜାମ 27, ଜଗତସିଂହପୁର 103, ଯାଜପୁର 337, ଝାରସୁଗୁଡା, କଳାହାଣ୍ଡିରୁ ଏବଂ କନ୍ଧମାଳରୁ 41, କେନ୍ଦ୍ରାପଡାରୁ 141, କୋନ୍ଦୁଝରରୁ 61, କୋରାପୁଟରୁ 59, ମାଲକାନଗିରିରୁ 86, ମୟୂରଭଞ୍ଜରୁ 187, ନବରଙ୍ଗପୁରରୁ 57, ନୟାଗଡରୁ 114, ନୂଆପଡାରୁ 19, ପୁରୀରୁ 237, ରାୟଗଡାରୁ 88, ସମ୍ବଲପୁରରୁ 31, ସୁବର୍ଣ୍ଣପୁରରୁ 29, ସୁନ୍ଦରଗଡରୁ 43 ଏବଂ ଷ୍ଟେଟ ପୋଲରୁ 84 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ 8 ଲକ୍ଷ 77 ହଜାର 502 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 8 ଲକ୍ଷ 35 ହଜାର 132 ସୁସ୍ଥହୋଇ ଘରକୁ ଫେରିଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁଯାୟୀ ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରୁ 38 ହଜାର 727 ଜଣ କୋରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details