ଓଡିଶା

odisha

ETV Bharat / city

‘ରାଜ୍ୟରେ ୩୫ ପ୍ରତିଶତ ଜମି ଜଳସେଚିତ’ - 35 percent of the land in the state is irrigated

ଗୃହରେ ଉତ୍ତର ରଖୁଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ। ରାଜ୍ୟ ସରକାର ସମୁଦାୟ 43 ଲକ୍ଷ ହେକ୍ଟର ଚାଷ ଜମିକୁ ଜଳ ସେଚନ ସାମର୍ଥ୍ୟ ସୃଷ୍ଟି କରିଛନ୍ତି କହିଲେ ଜଳସମ୍ପଦ ମନ୍ତ୍ରୀ ।

ଗୃହରେ ଉତ୍ତର ରଖୁଛନ୍ତି ଜଳସମ୍ପଦ ମନ୍ତ୍ରୀ
ଗୃହରେ ଉତ୍ତର ରଖୁଛନ୍ତି ଜଳସମ୍ପଦ ମନ୍ତ୍ରୀ

By

Published : Mar 25, 2021, 11:44 AM IST

ଭୁବନେଶ୍ବର: ଆଜି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଶ୍ନ କାଳରେ ଜଳସମ୍ପଦ ମନ୍ତ୍ରୀଙ୍କ ସୂଚନା । ଗୃହରେ ଉତ୍ତର ରଖୁଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ। ରାଜ୍ୟ ସରକାର ସମୁଦାୟ 43 ଲକ୍ଷ ହେକ୍ଟର ଚାଷ ଜମିକୁ ଜଳ ସେଚନ ସାମର୍ଥ୍ୟ ସୃଷ୍ଟି କରିଛନ୍ତି କହିଲେ ଜଳସମ୍ପଦ ମନ୍ତ୍ରୀ ।

ଗୃହରେ ଉତ୍ତର ରଖୁଛନ୍ତି ଜଳସମ୍ପଦ ମନ୍ତ୍ରୀ

ଏହାସହ 314 ବ୍ଲକରୁ 251 ବ୍ଲକରେ 35 ପ୍ରତିଶତ ଜଳସେଚନ କରାଯାଇଛି । ଆଉ 63 ବ୍ଲକରେ ଜଳ ସେଚନ ପାଇଁ ସରକାର ଅନୁଦାନ ଦେବା ସହ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛନ୍ତି।

ଏହାସହ 2015-16 ରୁ ଓ 2019-20 ମଧ୍ୟରେ ପାଖାପାଖି 7 ଲକ୍ଷ 43 ହଜାର ହେକ୍ଟର ଜଳସେଚନ କରିବା ପାଇଁ ସାମର୍ଥ୍ୟ ସୃଷ୍ଟି କରିଛନ୍ତି। ପ୍ରଶ୍ନ କାଳରେ ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details