ଓଡିଶା

odisha

ETV Bharat / city

ରାଜ୍ୟରେ ଗୋଟିଏ ଦିନରେ 3443 ଆକ୍ରାନ୍ତ ଚିହ୍ନଟ - ଓଡିଶା କୋରୋନା ଖବର

ଓଡିଶାରେ କୋରୋନାର ପ୍ରକୋପ ଜାରି । ଭୟଙ୍କର ଭାବେ ବ୍ୟାପୁଛି ସଂକ୍ରମଣ । ତେବେ ଅତ୍ୟଧିକ ଲୋକେ ସ୍ଥାନୀୟ ସଂକ୍ରମଣର ଶିକାର ହେଉଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ରାଜ୍ୟରେ ଗୋଟିଏ ଦିନରେ 3443 ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଗୋଟିଏ ଦିନରେ 3443 ଆକ୍ରାନ୍ତ ଚିହ୍ନଟ

By

Published : Sep 30, 2020, 1:21 PM IST

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ପଜିଟିଭ ରିପୋର୍ଟ ସାମ୍ନାକୁ ଆସୁଛି । ଯାହାଦ୍ବାରା ରାଜ୍ୟରେ ଏବେ 2 ଲକ୍ଷ ପାର କରିଛି ଏହି ସଂଖ୍ୟା । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ମୁତାବକ, ସେପ୍ଟେମ୍ବର 29 ତାରିଖରେ 3 ହଜାର 443ଟି କୋରୋନା ପଜିଟିଭ ଚିହ୍ନଟ ହୋଇଛି । ସେଥିମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 2017 ଜଣ ଚିହ୍ନଟ ହୋଇଥିବାବେଳେ, ସ୍ଥାନୀୟ ସଂକ୍ରମଣ 1426 ଜଣ ରହିଛନ୍ତି ।

ତେବେ ମଙ୍ଗଳବାର ଚିହ୍ନଟ ହୋଇଥିବା ମୋଟ 3443 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 100 ଜଣ, ବାଲେଶ୍ବରରୁ 152 ଜଣ, ବରଗଡରୁ 111 ଜଣ, ଭଦ୍ରକରୁ 95 ଜଣ, ବଲାଙ୍ଗୀରରୁ 114 ଜଣ, ବୌଦ୍ଧରୁ ୧୦ ଜଣ, କଟକରୁ 359, ଦେଓଗାଡରୁ 13, ଢେଙ୍କାନାଳରୁ 47, ଗଜପତିରୁ 18, ଗଞ୍ଜାମରୁ 54 ଜଣ, ଜଗତସିଂହପୁରରୁ 78, ଯାଜପୁରରୁ 130 ଜଣ, ଝାରସୁଗୁଡାରୁ 77, କାଳାହାଣ୍ଡି 76, କନ୍ଧମାଳରୁ 103 ଜଣ, କେନ୍ଦ୍ରାପଡାରୁ 101. କେନ୍ଦୁଝରରୁ 97 ଜଣ, ଖୋର୍ଦ୍ଧାରୁ 601, କୋରାପୁଟରୁ 52, ମାଲକାନଗିରିରୁ 29 ଜଣ । ସେହିପରି ମୟୂରଭଞ୍ଜରୁ 141 ଜଣ, ନବରଙ୍ଗପୁରରୁ 89, ନୟାଗଡରୁ 88, ନୁଆପଡାରୁ 87, ପୁରୀ 132, ରାୟାଗଡା 29, ସମ୍ବଲପୁର 131, ସୋନପୁର 94, ସୁନ୍ଦରଗଡ 81, ଷ୍ଟେଟ ପୁଲରୁ 154 ଜଣ ଚିହ୍ନଟ ହୋଇଛିନ୍ତି ।

ତେବେ ସଦ୍ୟତମ 3896 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ 219119 ସଂକ୍ରମିତଙ୍କ ମଧ୍ୟରୁ ରାଜ୍ୟରେ 181481 ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 36743 ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବାବେଳେ, ଏବେ ସୁଦ୍ଧା 3250999 ଟି କୋରୋନା ଟେଷ୍ଟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details