ଓଡିଶା

odisha

ETV Bharat / city

ରାଜଧାନୀରେ ପୁଣି 342 ଆକ୍ରାନ୍ତ ଚିହ୍ନଟ, 231 ସ୍ଥାନୀୟ ସଂକ୍ରମଣ - bbsr corona update

ଭୁବନେଶ୍ବରରେ ଭୟଙ୍କର ଭାବେ ବ୍ୟାପୁଛି କୋରୋନା ସଂକ୍ରମଣ । ବର୍ତ୍ତମାନ ସୁଦ୍ଧା 21 ହଜାର ପାର କରିଛି ଏହି ସଂଖ୍ୟା । ଅଧିକ ପଢନ୍ତୁ...

ରାଜଧାନୀରେ ପୁଣି 342 ଆକ୍ରାନ୍ତ ଚିହ୍ନଟ, 231 ସ୍ଥାନୀୟ ସଂକ୍ରମଣ
ରାଜଧାନୀରେ ପୁଣି 342 ଆକ୍ରାନ୍ତ ଚିହ୍ନଟ, 231 ସ୍ଥାନୀୟ ସଂକ୍ରମଣ

By

Published : Sep 28, 2020, 6:06 PM IST

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ବଢୁଛି ସ୍ଥାନୀୟ ସଂକ୍ରମଣ। 21 ହଜାର ସଂକ୍ରମଣ ପାର ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ଆଜି ଭୁବନେଶ୍ୱରରେ 342 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 231 ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 111 ଚିହ୍ନଟ କରାଯାଇଥିବାବେଳେ, ଲୋକାଲ ସଂକ୍ରମଣ 231ରେ ପହଞ୍ଚିଛି । ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ହୋମ କ୍ଵାରେଣ୍ଟାଇନରୁ ଚିହ୍ନଟ 111 ଜଣଙ୍କ ମଧ୍ୟରୁ 6 ଜଣ ଚନ୍ଦ୍ରଶେଖରପୁର, 3 ଜଣ ଗଜପତି ନଗର, 6 ଜଣ ଚକେଇସିଆଣି, 3 ଜଣ ବଡଗଡ, 3 ଘାଟିକିଆ, 7 ଜଣ ଲକ୍ଷ୍ମୀସାଗର, 7 ନୟାପଲି, 10 ଜଣ ପଟିଆ, 6 ଜଣ ସହିଦ ନଗର, 6 ଜଣ ଶୈଳେଶ୍ରୀ ବିହାର, 4 ଜଣ ଭିଏସଏସ ନଗର ଅଞ୍ଚଳରୁ ଚିହ୍ନଟ କରାଯାଇଛି ।

ସେହିପରି ଭାବରେ ସ୍ଥାନୀୟ ସଂକ୍ରମଣ ଭାବେ 231 ଜଣ ଚିହ୍ନଟ ହୋଇଥିବାବେଳେ, 16 ଜଣ ଚନ୍ଦ୍ରଶେଖରପୁର, 6 ଜଣ ଆଇଗିଣିଆ, 6 ଜଣ ବରମୁଣ୍ଡା, 4 ଜଣ ଚକେଇସିଆଣି, 6 ଜଣ ଡୁମଡୁମା, 7 ଜଣ ଲକ୍ଷ୍ମୀ ସାଗର, 4 ଜଣ କଳିଙ୍ଗନଗର, 3 ଜଣ ଜୟଦେବ ବିହାର, 7 ଜଣ ଝାରପଡ଼ା, 8 ଜଣ ଆଇଆରସି ଭିଲେଜ, 9 ଜଣ ନୟାପଲ୍ଲୀ, 12 ଜଣ ପଟିଆ, 7 ଜଣ ପାତ୍ରପଡା, 6 ଜଣ ରସୁଲଗଡ, 8 ଜଣ ଶୈଳେଶ୍ରୀ ବିହାର, 7 ଜଣ ନୀଳାଦ୍ରି ବିହାର, 5 ଜଣ ୟୁନିଟ-3, 4 ଜଣ ୟୁନିଟ-6, 6 ଜଣ ୟୁନିଟ-8, ଆଦି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ତେବେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ 21197 ଜଣ ରହିଥିବାବେଳେ ଏଥିରେ 17497 ସୁସ୍ଥ ହୋଇଛନ୍ତି । ଏହାବାଦ 3595 ଜଣ ଚିକିତ୍ସାଧୀନ ଥିବାବେଳେ 88 ଜଣଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details