ଭୁବନେଶ୍ବର: ଟୀକା ଯୋଗାଣରେ ଓଡିଶାକୁ ବାଛବିଚାର ଅଭିଯୋଗ ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ACSଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି । ଆଜି ସୁଦ୍ଧା ଓଡିଶାକୁ 34 ଲକ୍ଷ 46 ହଜାର 760 ଡୋଜ କୋଭିଡ ଭ୍ୟାକସିନ ଯୋଗାଇ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 22 ଲକ୍ଷ 97 ହଜାର 431 ଡୋଜ ବ୍ୟବହାର ହୋଇଛି । ଏବେ ବି 11 ଲକ୍ଷ 49 ହଜାର 329 ଡୋଜ ରାଜ୍ୟରେ ମହଜୁଦ ରହିଛି । ଓଡିଶାରେ 21 ଲକ୍ଷ 67 ହଜାର 956 ଜଣଙ୍କ ଟୀକାକରଣ ସରିଛି ।
ଓଡିଶାକୁ ସଠିକ ସମୟରେ କୋଭିଡ ଟିକା ଦିଆଯାଉନଥିବା ଅଭିଯୋଗ ଆଣିଥିଲେ ରାଜ୍ୟ ସରକାର । ଟୀକା ଯୋଗାଣରେ କେନ୍ଦ୍ର ଅବହେଳା କରୁଥିବାରୁ ସରକାରଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ଚିଠି ଜାରି କରି ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏଥିସହ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କୋଭିଡ ଯୋଗାଣ ନେଇ କେନ୍ଦ୍ର ସରକାର ନିୟମିତ ସମୀକ୍ଷା କରାଯାଉଥିବା ସେ କହିଛନ୍ତି ।