ଭୁବନେଶ୍ବର: ରାଜ୍ୟରେ ଶେଷ ହେଲା ସମସ୍ତ ପର୍ଯ୍ୟାୟ ନିର୍ବାଚନ । ଅପେକ୍ଷା ନିର୍ବାଚନ ଫଳାଫଳକୁ । ସେଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଏଥିପାଇଁ ରାଜ୍ୟର 25ରୁ 30 ଜଣଙ୍କୁ ଟ୍ରେନିଂ ଦିଆଯାଇଛି । ଏମାନେ 30ଟି ଜିଲ୍ଲାରେ ପୋଲିଂ ଅଧିକାରୀଙ୍କୁ ଟ୍ରେନିଂ ଦେବେ । ଆସନ୍ତା 15ରୁ 19 ତାରିଖ ମଧ୍ୟରେ ଟ୍ରେନିଂ କାର୍ଯ୍ୟକ୍ରମ ଚାଲିବ ।
ପୋଲିଂ ଅଧିକାରୀ ଭଳି ରିଟର୍ଣ୍ଣିଂ ଅଫିସର ମାନଙ୍କୁ ମଧ୍ୟ ଟ୍ରେନିଂ ଦିଆଯିବ । ସେମାନଙ୍କୁ ଆସନ୍ତା 13 ଓ 14 ତାରିଖରେ ଟ୍ରେନିଂ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ମତଦାନ ବେଳେ ମଡେଲ ବୁଥ୍ ଭଳି ଭୋଟ ଗଣତି ପାଇଁ ଏକ ମଡେଲ କାଉଣ୍ଟର କରାଯିବ । ଏହି କାଉଣ୍ଟରଟି ପୁରୀରେ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।