ଭୁବନେଶ୍ବର: ବୁଧବାର ରାଜ୍ୟରେ ସର୍ବାଧିକ 3343 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ 62 ହଜାର ସୁସ୍ଥ ସଂଖ୍ୟା ଛିଉଁଛି । ବର୍ତ୍ତମାନ ଆକ୍ରାନ୍ତଙ୍କ ସହ ତାଳ ଦେଇ ଚାଲୁଛି ସୁସ୍ଥ ହାର । ତେବେ ରାଜ୍ୟ 30ଟି ଜିଲ୍ଲାରେ ସମୁଦାୟ 3343 ସୁସ୍ଥ ହୋଇଛନ୍ତି । ଆଜି ସମସ୍ତ ଜିଲ୍ଲାମାନଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ 732 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ ସୁସ୍ଥ ହେଲେ 3343, ଖୋର୍ଦ୍ଧାରେ ସର୍ବାଧିକ ସୁସ୍ଥ - କୋରୋନା ଖବର
ବର୍ତ୍ତମାନ ଆକ୍ରାନ୍ତଙ୍କ ସହ ତାଳ ଦେଇ ଚାଲୁଛି ସୁସ୍ଥ ହାର । ତେବେ ରାଜ୍ୟ 30ଟି ଜିଲ୍ଲାରେ ସମୁଦାୟ 3343 ସୁସ୍ଥ ହୋଇଛନ୍ତି । ଆଜି ସମସ୍ତ ଜିଲ୍ଲାମାନଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ 732 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସେହିପରି ସୁନ୍ଦରଗଡରେ 261 ଜଣ ସୁସ୍ଥ ହୋଇଥିବା ବେଳେ ଭଦ୍ରକରେ 245, ଗଞ୍ଜାମରେ 238, ରାୟଗଡାରେ 217, କଟକରେ 181, ବାଲେଶ୍ୱରରେ 155, ସମ୍ବଲପୁରରେ 127, ପୁରୀରେ 121, କୋରାପୁଟରେ 119, ମୟୂରଭଞ୍ଜରେ 112, ସୁବର୍ଣ୍ଣପୁରରେ 103, ବୌଦ୍ଧରେ 84, ବରଗଡରେ 78, କନ୍ଧମାଳରେ 68, ବଲାଙ୍ଗୀରରେ 65 ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ଭାବେ ନୟାଗଡରେ 60, କଳାହାଣ୍ଡିରେ 56, ମାଲକାନଗିରିରେ 54, ଢେଙ୍କାନାଳରେ 49, ନବରଙ୍ଗପୁରରେ 36, କେନ୍ଦୁଝରରେ 34, ଯାଜପୁରରେ 32, ଗଜପତିରେ 27, ଅନୁଗୋଳରେ 22, ଝରସୁଗୁଡ଼ାରେ 20, କେନ୍ଦ୍ରାପଡାରେ 19, ଜଗତସିଂହପୁରରେ 16, ନୂଆପଡାରେ 11 ଓ ଦେଓଗଡରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି 62813 ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ