ଓଡିଶା

odisha

By

Published : Dec 14, 2020, 12:30 PM IST

ETV Bharat / city

ରାଜ୍ୟରେ ଦିନକରେ 332 ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡରେ ସର୍ବାଧିକ

30 ଜିଲ୍ଲାରେ 332 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସୁନ୍ଦରଗଡରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଧିକ ପଢନ୍ତୁ...

ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, 24 ଘଣ୍ଟାରେ 332 ପଜିଟିଭ ରିପୋର୍ଟ
ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, 24 ଘଣ୍ଟାରେ 332 ପଜିଟିଭ ରିପୋର୍ଟ

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ଆଜି(ସୋମବାର) 332 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 189 ଚିହ୍ନଟ ହୋଇଥିବା ବେଳେ, 143 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।

ସେଥିମଧ୍ୟରୁ ଅନୁଗୋଳରୁ 35, ବାଲେଶ୍ବରରେ 11, ବରଗଡରେ 15, ଭଦ୍ରକରେ 5, ବଲାଙ୍ଗୀରରେ 10, କଟକରେ 27, ଢେଙ୍କାନାଳରେ 1, ଗଞ୍ଜାମରେ 8, ଜଗତସିଂହପୁରରେ 7, ଯାଜପୁରରେ 9, ଝାରସୁଗୁଡ଼ାରେ 11, କଳାହାଣ୍ଡିରେ 7 , କେନ୍ଦ୍ରାପଡାରେ 8, କେନ୍ଦୁଝରରେ 10, ଖୋର୍ଦ୍ଧାରେ 29, ମୟୂରଭଞ୍ଜରେ 22, ନୂଆପଡାରେ 11, ନୟାଗଡରେ 2, ପୁରୀରେ 21 ରାୟଗଡାରେ 3, ସମ୍ବଲପୁରରେ 11, ସୁନ୍ଦରଗଡରେ 51, ଷ୍ଟେଟ ପୋଲ 7 ରହିଛି ।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 3 ଲକ୍ଷ 24 ହାଜର 89, ସୁସ୍ଥ ହୋଇଛନ୍ତି 3 ଲକ୍ଷ 19 ହଜାର 69 ଜଣ । ବର୍ତ୍ତମାନ 3 ହଜାର 156 ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ ମୋଟ 64 ଲକ୍ଷ 09 ହଜାର 675ଟି ଟେଷ୍ଟ କରାଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details