ଓଡିଶା

odisha

ETV Bharat / city

ଦିନକରେ ରାଜ୍ୟରୁ ପୁଣି ଆଖି ବୁଜିଲେ 33 କୋରୋନା ଆକ୍ରାନ୍ତ

ଗତ 24 ଘଣ୍ଟାରେ ରାଜ୍ୟରୁ ପୁଣି 33 କୋରୋନା ଆକ୍ରାନ୍ତ ମୃତ । ଏମାନଙ୍କ ମଧ୍ୟରୁ ଜଣେ 18 ବର୍ଷିୟ ଯୁବତୀ ଥିବା ସୂଚନା । ଅଧିକ ପଢନ୍ତୁ...

By

Published : May 30, 2021, 9:57 AM IST

ଦିନକରେ ରାଜ୍ୟରୁ ପୁଣି ଆଖି ବୁଜିଲେ 33 କୋରୋନା ଆକ୍ରାନ୍ତ
ଦିନକରେ ରାଜ୍ୟରୁ ପୁଣି ଆଖି ବୁଜିଲେ 33 କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ପୁଣି ମହାମାରୀ କବଳରେ ରାଜ୍ୟରୁ ଆଖି ବୁଜିଲେ 33 କୋରୋନା ଆକ୍ରାନ୍ତ । ସଂକ୍ରମଣ ହାରରେ ସାମାନ୍ୟ ରୋକ୍ ଲାଗିଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ଉପରମୁହାଁ ରହିଛି । ବର୍ତ୍ତମାନ ଚିନ୍ତା ବଢାଇଛି ଯୁବପିଢି ଏବଂ ଶିଶୁଙ୍କ ବିୟୋଗ । ଗତକାଲି(ଶନିବାର) ଜଣେ 4 ବର୍ଷ ଶିଶୁର ମୃତ୍ୟୁ ହୋଇ ଥିବାବେଳେ ଆଜି(ରବିବାର) ପୁଣି ଜଣେ 18 ବର୍ଷିୟ ଯୁବତୀଙ୍କ ମୃତ୍ୟୁ ଘଟିଛି ।

ମୃତକ ଜଣକ ଅନୁଗୋଳ ଜିଲ୍ଲାର ବୋଲି ଜଣାପଡିଛି । ସେହିପରି ଅନୁଗୋଳରୁ 70, 62, 45 ବର୍ଷିୟ ପୁରୁଷ, 58 ବର୍ଷିୟ ମହିଳା, ବୌଦ୍ଧରୁ 66, 59, 52 ବର୍ଷିୟ ପୁରୁଷ, ଭୁବନେଶ୍ବରରୁ 60 ବର୍ଷିୟ ପୁରୁଷ, କଟକରୁ 80, 60, 42 ବର୍ଷିୟ ପୁରୁଷ, ଦେବଗଡରୁ 70, 42 ବର୍ଷିୟ ପୁରୁଷ, ଗଜପତିରୁ 65, 52 ବର୍ଷିୟ ପୁରୁଷ, ଗଞ୍ଜାମରୁ 62 ବର୍ଷିୟ ପୁରୁଷ, କଳାହାଣ୍ଡିରୁ 62 ବର୍ଷିୟ ମହିଳା, 50, 45 ବର୍ଷିୟ ପୁରୁଷ, କନ୍ଧମାଳରୁ 85, 35 ବର୍ଷିୟ ପୁରୁଷ, କେନ୍ଦୁଝରରୁ 57 ବର୍ଷିୟ ମହିଳା, 50 ବର୍ଷିୟ ପୁରୁଷ, ଖୋର୍ଦ୍ଧାରୁ 70 ବର୍ଷିୟ ମହିଳା, କୋରାପୁଟରୁ 55 ବର୍ଷିୟ ପୁରୁଷ, ମାଲକାନଗିରିରୁ 34 ବର୍ଷିୟ ପୁରୁଷ, ନବରଙ୍ଗପୁରରୁ 70, 58 ବର୍ଷିୟ ପୁରୁଷ, 35 ବର୍ଷିୟ ମହିଳା, ରାୟଗଡାରୁ 45 ବର୍ଷିୟ ମହିଳା, ସୁନ୍ଦରଗଡରୁ 64 ବର୍ଷିୟ ପୁରୁଷ, 43 ଏବଂ 42 ବର୍ଷିୟ ମହିଳା ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details