ଓଡିଶା

odisha

ETV Bharat / city

ରାଜଧାନୀରେ ଆଉ 329 କୋରୋନା ଆକ୍ରାନ୍ତ ଚିହ୍ନଟ, 395 ସ୍ଥାନୀୟ ସଂକ୍ରମଣ

ସ୍ମାର୍ଟ ସିଟିରେ କୋରୋନା ଆତଙ୍କ । ବର୍ତ୍ତମାନ 21 ହଜାର ପାର କରିଛି ସଂକ୍ରମଣ ସଂଖ୍ୟା । ଅଧିକ ପଢନ୍ତୁ...

ରାଜଧାନୀରେ ଆଉ 329 କୋରୋନା ଆକ୍ରାନ୍ତ ଚିହ୍ନଟ, 395 ସ୍ଥାନୀୟ ସଂକ୍ରମଣ
ରାଜଧାନୀରେ ଆଉ 329 କୋରୋନା ଆକ୍ରାନ୍ତ ଚିହ୍ନଟ, 395 ସ୍ଥାନୀୟ ସଂକ୍ରମଣ

By

Published : Sep 29, 2020, 6:47 PM IST

ଭୁବନେଶ୍ୱର: ରାଜଧାନୀରେ ବଢୁଛି ସ୍ଥାନୀୟ ସଂକ୍ରମଣ। 21 ହଜାର ସଂକ୍ରମଣ ପାର ହୋଇଥିବା ବେଳେ ଆଜି (ମଙ୍ଗଳବାର) ପୁଣି ଭୁବନେଶ୍ୱରରେ 329 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ 256 ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 83 ଚିହ୍ନଟ କରାଯାଇଥିବା ବେଳେ ଲୋକାଲ ସଂକ୍ରମଣ 256ରେ ପହଞ୍ଚିଛି । ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ହୋମ କ୍ଵାରେଣ୍ଟାଇନରେ 73ଙ୍କ ମଧ୍ୟରୁ 2 ଜଣ ବରମୁଣ୍ଡା, 3 ଜଣ ଗାଡକଣା, 4 ଜଣ ଜୟଦେବ ବିହାର, 4 ଜଣ କଳ୍ପନା, 11 ଜଣ ୟୁନିଟ-9, 2 ଜଣ ୟୁନିଟ-6 ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ସଂକ୍ରମଣ 256 ଜଣ ମଧ୍ୟରୁ 19 ଜଣ ନୟାପଲ୍ଲୀ, 15 ଜଣ ୟୁନିଟ-9, 11 ଜଣ ଓଲଡଟାଉନ, 14 ଜଣ ରସୁଲଗଡ଼, 10 ଜଣ ପଟିଆ, 7 ଜଣ ସୁନ୍ଦରପଦା, 10 ଜଣ ସହିଦ ନଗର, 4 ଜଣ ବମିଖାଲ, 5 ଜଣ ବିଜେବି ନଗର, 8 ବଡଗଡ, 5 ଚନ୍ଦ୍ରଶେଖରପୁର, 6 ଡୁମଡୁମା, 4 ଜଣ ଗ୍ୟାରେଜ ଛକ, 4 ଜଣ ଶୈଳେଶ୍ରୀ ବିହାର, 6 ଜଣ ଲକ୍ଷ୍ମୀସାଗର, 6 ଜଣ ଝରପଡ଼ା, 4 ୟୁନିଟ-6, 7 ଜଣ ନୀଳାଦ୍ରି ବିହାର, 3 ଜଣ ପାଳାସପଲ୍ଲୀ, 6 ଜଣ ପୋଖରିପୁଟ, 8 ଜଣ ଭିଏସଏସ ନଗର, 6 ଜଣ ୟୁନିଟ-4, 5 ଜଣ ୟୁନିଟ-8 ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 21526 ରହିଛି । ସେଥିରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା17892 ରହିଥିବାବେଳେ, 3526 ଜଣ ଚିକିତ୍ସାଧୀନ ଅଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 91 ଜଣଙ୍କର ମୃତ୍ୟୁ ଘଟିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details